ରାଜ୍ୟରେ ସର୍ବାଧିକ ୨୩୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ରୁ ଆଜି ସର୍ବାଧିକ ୨୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ମୋଟ୍‌ ୩୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି। The discharged cases of 20.06.2020 are: 70 from Cuttack54 from Khurdha20 from Jagatsinghpur19 from Kandhamal17 from Ganjam9 each from Bhadrak and Mayurbhanj8 from Keonjhar7 each […]

coronavirus-in-india

Manoranjan Sial
  • Published: Saturday, 20 June 2020
  • , Updated: 20 June 2020, 04:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ରୁ ଆଜି ସର୍ବାଧିକ ୨୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏମାନଙ୍କୁ ମିଶାଇ ମୋଟ୍‌ ୩୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଆଜି ସୁସ୍ଥ ହୋଇଥିବା ୨୩୭ ଜଣଙ୍କ ମଧ୍ୟରୁ କଟକରୁ ୭୦ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଞ୍ଜାମରୁ ୧୭, କେନ୍ଦୁଝରରୁ ୮ ଜଣ; ଭଦ୍ରକ ଓ ମୟୂରଭଞ୍ଜରୁ ୯ ଲେଖାଏ;ପୁରୀ ଓ ଢେଙ୍କାନାଳରୁ ୭ ଜଣ ଲେଖାଏଁ; କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୪ ଜଣ ଲେଖାଏଁ; କଳାହାଣ୍ଡି, ମାଲକାନଗିରି ଏବଂ ସମ୍ୱଲପୁରରୁ  ୨ ଜଣ ଲେଖାଏଁ ଅଛନ୍ତି। ଏହାଛଡ଼ା ବୌଦ୍ଧ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସର୍ବାଧିକ ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

https://twitter.com/HFWOdisha/status/1274290325293424641?s=20

ଆଜି ସୁଦ୍ଧା ରାଜ୍ୟରେ ୪୮୫୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୩୨୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ୪ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ମରିଥିବା ଜଣାପଡ଼ିଛି। ଏବେ ସୁଦ୍ଧା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି।

 

Related story