ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ସାର୍ଥା ତରଡ଼ାବୁଧିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ରିନା ଖଣ୍ତା। ତାଙ୍କୁ ୨୧ ବର୍ଷ ହୋଇଥିଲା। ରିନାଙ୍କ ସ୍ୱାମୀ ଶିବାନନ୍ଦଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ରିନା ଓ ଶିବାନନ୍ଦ ରାତିରେ ଶୋଇଥିଲେ। ବିଳମ୍ବିତ ରାତିରେ ଶିବାନନ୍ଦଙ୍କ ନିଦ ଭାଙ୍ଗିଯିବାରୁ ଦେଖିଲାବେଳକୁ […]

fire

  • Published: Wednesday, 30 November 2022
  • , Updated: 30 November 2022, 01:22 PM IST

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅନ୍ତର୍ଗତ ସାର୍ଥା ତରଡ଼ାବୁଧିଆ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ରିନା ଖଣ୍ତା। ତାଙ୍କୁ ୨୧ ବର୍ଷ ହୋଇଥିଲା। ରିନାଙ୍କ ସ୍ୱାମୀ ଶିବାନନ୍ଦଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ରିନା ଓ ଶିବାନନ୍ଦ ରାତିରେ ଶୋଇଥିଲେ। ବିଳମ୍ବିତ ରାତିରେ ଶିବାନନ୍ଦଙ୍କ ନିଦ ଭାଙ୍ଗିଯିବାରୁ ଦେଖିଲାବେଳକୁ ରିନାଙ୍କ ଦେହରେ ନିଆଁ ଲାଗିଯାଇଛି। ଶିବାନନ୍ଦ ଦୌଡ଼ି ଆସି ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ ସେ ମଧ୍ୟ ନିଆଁରେ ପୋଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ରିନାଙ୍କୁ ମୃତଘୋଷଣା କରିଥିଲେ। ଶିବାନନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

 ରିନାଙ୍କ ଦେହରେ କିପରି ନିଆଁ ଲାଗିଲା, ସେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ କି ତାର କାରଣ ଜଣାପଡ଼ିନାହିଁ। ପାରିବାରିକ କଳହ ନା ଆଉ କିଛି କାରଣ ଅଛି ତାହା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

 

 

Related story