ଶିଶୁ ପୁତ୍ରକୁ ଛକି ଥିଲା ଅହିରାଜ, ଆଉ ତାପରେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମହିଳା ଧରିଲେ ଅହିରାଜ ୮ ଫୁଟ୍ ଲମ୍ବର ଏକ ଅହିରାଜ। ସାପକୁ ସସ୍ମିତା ଗୋଚ୍ଛାୟତ ନାମକ ଜଣେ ମହିଳା ହାତରେ ଧରିଛନ୍ତି । ସସ୍ମିତା ଜଣେ ପ୍ରଫେସନାଲ ସାପ ଧରାଳି ନୁହଁନ୍ତି । କିନ୍ତୁ ହାତରେ ଗ୍ଲୋବ୍ସ ପିନ୍ଧି ବିଷଧର ଅହିରାଜକୁ ଧରି ବ୍ୟାଗ୍ରେ ଭର୍ତ୍ତି କରିଥିଲେ । ପାଖରେ ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଅଛନ୍ତି, ଯିଏ ବିଭିନ୍ନ ପ୍ରକାର ସାପ ଧରନ୍ତି । କିନ୍ତୁ ସସ୍ମିତା ନିଜ ସାହସିକତାର ପରିଚୟ ଦେଇ କେବଳ […]

5bm

5bm

Tapas Behera
  • Published: Saturday, 05 June 2021
  • Updated: 05 June 2021, 04:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ମହିଳା ଧରିଲେ ଅହିରାଜ ୮ ଫୁଟ୍ ଲମ୍ବର ଏକ ଅହିରାଜ। ସାପକୁ ସସ୍ମିତା ଗୋଚ୍ଛାୟତ ନାମକ ଜଣେ ମହିଳା ହାତରେ ଧରିଛନ୍ତି । ସସ୍ମିତା ଜଣେ ପ୍ରଫେସନାଲ ସାପ ଧରାଳି ନୁହଁନ୍ତି । କିନ୍ତୁ ହାତରେ ଗ୍ଲୋବ୍ସ ପିନ୍ଧି ବିଷଧର ଅହିରାଜକୁ ଧରି ବ୍ୟାଗ୍ରେ ଭର୍ତ୍ତି କରିଥିଲେ । ପାଖରେ ତାଙ୍କ ସ୍ୱାମୀ କୃଷ୍ଣଚନ୍ଦ୍ର ଅଛନ୍ତି, ଯିଏ ବିଭିନ୍ନ ପ୍ରକାର ସାପ ଧରନ୍ତି । କିନ୍ତୁ ସସ୍ମିତା ନିଜ ସାହସିକତାର ପରିଚୟ ଦେଇ କେବଳ ଗ୍ଲୋବ୍ସ ପିନ୍ଧି ଅହିରାଜକୁ ଧରିଛନ୍ତି ।

ପୂରା ଘଟଣା ଏହିପରି ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଞ୍ଚଳରେ ଥିବା ଲୁଲୁଙ୍ଗ ଗେଟ୍ ନିକଟରେ ରୁହନ୍ତି ଓକିଲ ମୁଣ୍ଡା ଓ କୋଇଲି ମୁଣ୍ଡା ଦମ୍ପତି । ଗତକାଲି ରାତି ପ୍ରାୟ ୮ଟା ବେଳେ ତାଙ୍କର ୨ ବର୍ଷର ଶିଶୁ ପୁତ୍ର କବାଟ କୋଣକୁ ଯିବା ବେଳେ ସେଠାରେ ଫଣା ଟେକି ଏକ ଅହିରାଜ ସାପ ଥିଲା । ଓକିଲ ମୁଣ୍ଡା ତାଙ୍କ ଛୁଆକୁ ଆଖି ପିଛୁଳାକେ ଟାଣି ଆଣିଲେ। କିନ୍ତୁ ସାପଟି କବାଟ ପାଖରେ ଫଣା ଟେକି ଠିଆ ହେବାରୁ କିଭଳି ସ୍ତ୍ରୀ ଓ ପୁଅଙ୍କୁ ନେଇ ଘରୁ ବାହାରିବେ ବୁଦ୍ଧିବାଟ ଦିଶିଲାନି ।

ଘର ଖଟ ଉପରେ ସମସ୍ତେ ଠିଆ ହୋଇ ଝରକାରେ ଲାଗିଥିବା ଲୁହା ରେଲିଂକୁ ଗୋଇଠା ମାରି ଘଣ୍ଟାଏ କାଳ ଅକ୍ଲାନ୍ତ ପରିଶ୍ରମ ପରେ ଭାଙ୍ଗିଲେ । ସେହି ଝରକା ପଟେ ପୂରା ପରିବାର ଜୀବନ ବିକଳରେ ବାହାରି ଆସିଲେ। ଏହାପରେ ଅହିରାଜଟିକୁ ଘରୁ କେମିତି କାଢିବେ, ସେହି ଚିନ୍ତାରେ ବନ ବିଭାଗକୁ ଖବର ଦେଲେ । ପିଠାବଟା ରେଂଜ ଅଫିସର ବାରିପଦାର ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତଙ୍କୁ ସାପଟିକୁ ଉଦ୍ଧାର କରିବାକୁ ଅନୁରୋଧ କଲେ।

କୃଷ୍ଣଚନ୍ଦ୍ର, ତାଙ୍କ ସ୍ତ୍ରୀ ସସ୍ମିତାଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ। ଅତି ସତର୍କତାର ସହିତ ୮ ଫୁଟ୍ ଲମ୍ବର ଅହିରାଜକୁ ଧରି ଘରୁ ବାହାରକୁ ଆଣିଥିଲେ। କାଲି ରାତିରେ ହିଁ ସାପକୁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଛାଡି ଦିଆଯାଇଛି । ତେବେ ଜଣେ ମହିଳା ହୋଇ ସସ୍ମିତା ଯେଭଳି ଭାବେ ସାପଟିକୁ ହାତରେ ଧରି ବ୍ୟାଗରେ ଭର୍ତ୍ତି କଲେ, ତାକୁ ନେଇ ଏବେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos