ଘରୋଇ ହିଂସା: ମହିଳା କମିଶନ ବି ଜାରି କଲେ ହ୍ୱାଟ୍ସଆପ୍‌ ନମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଲକଡାଉନ୍ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୁଲିସ୍ ପ୍ରଶାସନଠୁ ଆରମ୍ଭ କରି ମହିଳା ଓ ଶିଶୁବିକାଶ ବିଭାଗ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଗତକାଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସଅପ୍ ନମ୍ବର ଜାରି କରାଯାଇଥିବାବେଳେ ଆଜି ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ଅନୁରୂପ କାରଣ ପାଇଁ ଗୋଟିଏ ହ୍ୱାଟସଅପ୍ ନମ୍ବର ଜାରି ହୋଇଛି। ରାଜ୍ୟ […]

naveen-patnik-1-1-1

Manoranjan Sial
  • Published: Thursday, 16 April 2020
  • , Updated: 16 April 2020, 07:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଲକଡାଉନ୍ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୁଲିସ୍ ପ୍ରଶାସନଠୁ ଆରମ୍ଭ କରି ମହିଳା ଓ ଶିଶୁବିକାଶ ବିଭାଗ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଗତକାଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସଅପ୍ ନମ୍ବର ଜାରି କରାଯାଇଥିବାବେଳେ ଆଜି ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ଅନୁରୂପ କାରଣ ପାଇଁ ଗୋଟିଏ ହ୍ୱାଟସଅପ୍ ନମ୍ବର ଜାରି ହୋଇଛି।
ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଲକଡାଉନ୍ ଅବଧିରେ ସମଗ୍ର ରାଜ୍ୟରେ ମହିଳା ବିରୋଧୀ ହିଂସା ପରିମାଣ ବୃଦ୍ଧି ପାଇଛି। ତେଣୁ ପୀଡ଼ିତାମାନଙ୍କ ସହାୟତା ନିମନ୍ତେ କମିଶନଙ୍କ ପକ୍ଷରୁ ହ୍ୱାଟସଅପ୍ ନମ୍ବର-୮୭୬୩୫୪୩୦୧୩ ଜାରି କରାଯାଇଛି। ସୂଚନାଯୋଗ୍ୟ, ଲକଡାଉନ୍ ଅବଧି ମଧ୍ୟରେ ଘରୋଇ ହିଂସା ସମ୍ପର୍କରେ ଅଭିଯୋଗ ନିମନ୍ତେ ଗତକାଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସଅପ୍ ନମ୍ବର ଜାରି ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ପୁଲିସ ଡିଜି ଅଭୟ ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି କରି ଅନଲାଇନ ଓ ଟେଲିଫୋନ୍ ମାଧ୍ୟମରେ ମହିଳା ହିଂସା ସମ୍ପର୍କରେ ଅଭିଯୋଗ କଲେ ପୁଲିସ୍ ଘରେ ପହଂଚିବ ବୋଲି କହିଥିଲେ।

Related story