୧୮ ମହଲା ବିଶିଷ୍ଟ ୱାଲର୍ଡ ସ୍କିଲ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୧୮ମହଲା ବିଶିଷ୍ଟ ୱାଲର୍ଡ ସ୍କିଲ ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କୋଠା ଏବେ ରାଜ୍ୟର ସର୍ବାଧିକ ଉଚ୍ଚତା ବିଶିଷ୍ଟ କୋଠା ଓ ପ୍ରାୟ ସାଢ଼େ ୪ଲକ୍ଷ ବର୍ଗଫୁଟ ଅଂଚଳରେ ପରିମିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଚନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଯେକୌଣସି ସ୍ଥାନରେ ଥିବା ସେମାନଙ୍କର ପ୍ରତିପକ୍ଷଙ୍କ ସହ […]

6nm

6nm

Ordigital Desk
  • Published: Friday, 05 March 2021
  • Updated: 05 March 2021, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ୧୮ମହଲା ବିଶିଷ୍ଟ ୱାଲର୍ଡ ସ୍କିଲ ସେଣ୍ଟରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କୋଠା ଏବେ ରାଜ୍ୟର ସର୍ବାଧିକ ଉଚ୍ଚତା ବିଶିଷ୍ଟ କୋଠା ଓ ପ୍ରାୟ ସାଢ଼େ ୪ଲକ୍ଷ ବର୍ଗଫୁଟ ଅଂଚଳରେ ପରିମିତ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଚନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଯେକୌଣସି ସ୍ଥାନରେ ଥିବା ସେମାନଙ୍କର ପ୍ରତିପକ୍ଷଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ସରକାର ସୁଯୋଗ ସୃଷ୍ଟି କରିଛନ୍ତି।

ଯୁବବର୍ଗଙ୍କ ଆଶା-ଆକାଂକ୍ଷା ପୂରଣ କରିବା ଓ ସେମାନଙ୍କୁ ବିଶ୍ୱସ୍ତରରେ ନିଯୁକ୍ତିଯୋଗ୍ୟ କରି ଗଢ଼ି ତୋଳିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଯୁବବର୍ଗଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର ପୁଞ୍ଜିବିନିଯୋଗ କରୁଛନ୍ତି। ଉନ୍ନତ ଦକ୍ଷତା ତାଲିମ ଯୋଗାଇ ଦେବା ସହ ବିଶ୍ୱସ୍ତରରେ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତ କରିବାକୁ ୱାଲର୍ଡ ସ୍କିଲ ସେଣ୍ଟର ଏପରି ଉଦ୍ୟମକୁ ଆଗେଇ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ସେହିପରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତୋ ବାଗଚୀ  ବିଗତ ୫ବର୍ଷ ମଧ୍ୟରେ ‘ସ୍କିଲଡ୍ ଇନ୍ ଓଡ଼ିଶା’ର ସଫଳତା ଉପରେ ଆଲୋକପାତ କରିବା ସହ ଦକ୍ଷତା ବିକାଶ ଉଦ୍ୟମକୁ ପରବର୍ତ୍ତୀ ପର୍ଯ୍ୟାୟ, ଗ୍ରାମାଂଚଳ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାର ଆବଶ୍ୟକ ଉପରେ ଗୁରୁତ୍ୱ ଦେଇଛନ୍ତି। ଗତ ୫ବର୍ଷ ମଧ୍ୟରେ ରାଜ୍ୟର ୧୧ଟି ଆଇଟିଆଇ ଦେଶର ପ୍ରମୁଖ ୧୦୦ଟି ଆଇଟିଆଇ ମଧ୍ୟରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏସୀୟ ବିକାଶ ବ୍ୟାଙ୍କର ସହଯୋଗରେ ପ୍ରାୟ ୧୩୪୨.୨୦କୋଟି ଟଙ୍କା ବ୍ୟୟରେ ଏହି ୱାଲର୍ଡ ସ୍କିଲ ସେଣ୍ଟର ସ୍ଥାପନ କରାଯାଇଛି। ଏଥିପାଇଁ ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଜୁକେସନ(ଆଇଟିଇଇ)ର ଆବଶ୍ୟକ ଜ୍ଞାନକୌଶଳ ସହଯୋଗ ଯୋଗାଇ ଦେଇଛି। ଏହି ୱାଲର୍ଡ ସ୍କିଲ ସେଣ୍ଟର ପ୍ରାୟ ସାଢ଼େ ୪ଲକ୍ଷ ବର୍ଗଫୁଟ ଅଂଚଳରେ ପରିମିତ ଓ ରାଜ୍ୟର ସର୍ବାଧିକ ଉଚ୍ଚତା ବିଶିଷ୍ଟ କୋଠା। ଏଠାରେ ଏବେ ୮ଟି ଟ୍ରେଡରେ ୩ହଜାର ଛାତ୍ରଛାତ୍ରୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯାଇପାରିବ।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos