ଉଛୁଳା ନଦୀକୁ ଡେଇଁଲେ ଯୁବତୀ

ତାଳଚେର(ଓଡ଼ିଶା ରିପୋର୍ଟର): ଉଛୁଳା  ବ୍ରାହ୍ମଣୀ ନଦୀକୁ ଡେଇଁଲେ ଯୁବତୀ। ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସମଲ ଥାନା ଅଞ୍ଚଳରେ ଘଟିଛି। ସମଲ ଥାନା ଅଞ୍ଚଳରେ ଥିବା ବ୍ରାହ୍ମଣୀ ନଦୀବନ୍ଧ ବା ବ୍ୟାରେଜ ଉପରୁ ଡେଇଁ ଆଜି ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀଜଣଙ୍କ ସ୍ଥାନୀୟ ଟିପୋ ଗ୍ରାମର ବୋଲି ଜଣାପଡ଼ିଛି।  ଯୁବତୀଜଣଙ୍କ ଆଜି ସକାଳେ […]

lady

lady

Niharika Rout
  • Published: Saturday, 20 August 2022
  • Updated: 20 August 2022, 01:28 PM IST

ତାଳଚେର(ଓଡ଼ିଶା ରିପୋର୍ଟର): ଉଛୁଳା  ବ୍ରାହ୍ମଣୀ ନଦୀକୁ ଡେଇଁଲେ ଯୁବତୀ। ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସମଲ ଥାନା ଅଞ୍ଚଳରେ ଘଟିଛି।

ସମଲ ଥାନା ଅଞ୍ଚଳରେ ଥିବା ବ୍ରାହ୍ମଣୀ ନଦୀବନ୍ଧ ବା ବ୍ୟାରେଜ ଉପରୁ ଡେଇଁ ଆଜି ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀଜଣଙ୍କ ସ୍ଥାନୀୟ ଟିପୋ ଗ୍ରାମର ବୋଲି ଜଣାପଡ଼ିଛି।  ଯୁବତୀଜଣଙ୍କ ଆଜି ସକାଳେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ନିକଟକୁ ଆସିଥିଲେ। ହଠାତ୍‌ ସେଠାରୁ ସେ ତଳକୁ ଡେଇଁ ପଡ଼ିଥିଲେ।

ଉକ୍ତ ସମୟରେ ବ୍ରିଜ ଉପରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ବ୍ୟାରେଜ୍ କର୍ତ୍ତୃପକ୍ଷ ତୁରନ୍ତ ଖୋଲା ଥିବା ନିକଟସ୍ଥ ଗେଟ୍‌ଗୁଡ଼ିକୁ ବନ୍ଦ କରିଦେଇଥିଲେ। ଏହାପରେ ସ୍ଥାନୀୟ କିଛି ଲୋକ ଗେଟ୍ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ କୁଳକୁ ଆଣିଥିଲେ।

ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ବହୁ ବିଳମ୍ବରେ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ସେତେବେଳକୁ ଅଞ୍ଚଳବାସୀ ଯୁବତୀଙ୍କୁ ଉଦ୍ଧାର କରି ସାରିଥିଲେ।  ଯାହାକୁ ନେଇ ସାମାନ୍ୟ ଉତେଜନା ପ୍ରକାଶ ପାଇଥିଲା । ପରେ ସମଲ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା ।

ଯୁବତୀଜଣଙ୍କ ସାମାନ୍ୟ ଆହତ ହୋଇଥିବା ବେଳେ ସମଲ ପୁଲିସ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ  ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos