ଭାଗଚାଷୀ ଅଧିକାର ଆଇନ ନେଇ ବାହାରି ପାରିଲାନି ନିର୍ଯାସ

ଭୁବନେଶ୍ୱର: ପୁଣି ଝୁଲିଲା ଭାଗଚାଷୀ ଅଧିକାର ଆଇନ ପ୍ରସଙ୍ଗ। ଏହି ବିଷୟରେ ଆଜି ବସିଥିବା ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିର୍ଯାସ ବାହାରି ପାରିଲାନି। ଏଥିପାଇଁ ଚୂଡାନ୍ତ ନିଷ୍ପତ୍ତି ନେବା ଲାଗି ଏକ ୫ ଜଣିଆ କମିଟି ଗଠନ ହେବ ବୋଲି ବୈଠକ ଶେଷରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ୫ ଜଣିଆ କମିଟିରେ ସମବାୟ, କୃଷି ଓ ରାଜସ୍ୱ  ବିଭାଗର ସଚିବଙ୍କ ସଦସ୍ୟ ରହିବେ। କମିଟି ୧୪ ଦିନରେ ରିପୋର୍ଟ ଦେବ। ତେବେ ୧୯ରେ […]

bjd

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 05:33 PM IST

ଭୁବନେଶ୍ୱର: ପୁଣି ଝୁଲିଲା ଭାଗଚାଷୀ ଅଧିକାର ଆଇନ ପ୍ରସଙ୍ଗ। ଏହି ବିଷୟରେ ଆଜି ବସିଥିବା ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିର୍ଯାସ ବାହାରି ପାରିଲାନି। ଏଥିପାଇଁ ଚୂଡାନ୍ତ ନିଷ୍ପତ୍ତି ନେବା ଲାଗି ଏକ ୫ ଜଣିଆ କମିଟି ଗଠନ ହେବ ବୋଲି ବୈଠକ ଶେଷରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ୫ ଜଣିଆ କମିଟିରେ ସମବାୟ, କୃଷି ଓ ରାଜସ୍ୱ  ବିଭାଗର ସଚିବଙ୍କ ସଦସ୍ୟ ରହିବେ। କମିଟି ୧୪ ଦିନରେ ରିପୋର୍ଟ ଦେବ। ତେବେ ୧୯ରେ ପରବର୍ତ୍ତୀ ମନ୍ତ୍ରିସ୍ତରୀୟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଭାଗଚାଷୀ ନୀତି ନେଇ ପ୍ରସ୍ତୁତ ହେଉଥିବା ଆଇନକୁ ଓଡିଶା ଲ୍ୟାଣ୍ଡ ଲିଜିଂ ଆକ୍ଟ ବୋଲି କୁହାଯାଉଛି। ଏଥିରେ ଭାଗଚାଷୀଙ୍କ ଅଧିକାରକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତି ହୋଇଥିଲା। ଭାଗଚାଷୀ ଓ ଜମି ମାଲିକଙ୍କ ମଧ୍ୟରେ ହେବାକୁ ଥିବା ଚୁକ୍ତିର ରୂପରେଖ କଣ ରହିବ, ଭାଗଚାଷୀଙ୍କୁ ସହାୟତା କେମିତି ମିଳିବ ନୂଆ ଆଇନରେ ଜମିମାଲିକ ଓ ଭାଗଚାଷୀଙ୍କ ଅଧିକାର ଏବଂ ଦାୟିତ୍ୱ କଣ ହେବ, ଜମିର ଜଳକର ଓ ଖଜଣା ପଇଠ ନେଇ କଣ ରହିବ ଆଇନ  ଏ ସମସ୍ତ ପ୍ରସଙ୍ଗ ଉପରେ ବିଷଦ ଆଲୋଚନା ପରେ ପ୍ରସ୍ତୁତି ଡ୍ରାଫ୍ ପ୍ରସ୍ତୁତ ହୋଇଥିଲା।

Related story