‘ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟର ବିକଳ୍ପ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ହେବନି ମହାପ୍ରଭୁଙ୍କ ରଥଯାତ୍ରା। ସୁପ୍ରିମକୋର୍ଟଙ୍କ ଏହି ରାୟ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଏହାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହଦେବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି-“ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ। ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହେବ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ। ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରାବିଧି କେମିତି ପାଳନ ହେବ ତାହାର ନିଷ୍ପତ୍ତି ହେବ। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଏନେଇ ଆଲୋଚନା ହେବ। […]

gajapati

Manoranjan Sial
  • Published: Thursday, 18 June 2020
  • , Updated: 18 June 2020, 04:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ହେବନି ମହାପ୍ରଭୁଙ୍କ ରଥଯାତ୍ରା। ସୁପ୍ରିମକୋର୍ଟଙ୍କ ଏହି ରାୟ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଏହାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହଦେବ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି-“ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ବିକଳ୍ପ ନାହିଁ। ରାୟ ଶୁଣିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ କଷ୍ଟ ନିଶ୍ଚୟ ହେବ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତଙ୍କୁ ସମ୍ମାନ ଦେବାକୁ ହେବ। ଧାର୍ମିକ ଦୃଷ୍ଟିକୋଣରୁ ଯାତ୍ରାବିଧି କେମିତି ପାଳନ ହେବ ତାହାର ନିଷ୍ପତ୍ତି ହେବ। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଏନେଇ ଆଲୋଚନା ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ମଧ୍ୟ ଆଲୋଚନା ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ ପରେ ଯାହା ନିଷ୍ପତ୍ତି ନିଆଯିବ।”

ମହାମାରୀ ‘କରୋନା’ ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ପରେ ବିଳମ୍ୱରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିଲା। ଏହା ପରେ ମଧ୍ୟ ରଥଯାତ୍ରା ନେଇ ସସ୍‌ପେନ୍ସ ଜାରି ରହିଥିଲା।

ତେବେ ଆଜି ସୁପ୍ରିମକୋର୍ଟରେ ଦାୟର ମାମଲାର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ ଖଣ୍ଡପୀଠ। ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା କୋର୍ଟ କହିଛନ୍ତି। ଏଥିସହ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ, ତା’ହେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା ଦେବେନାହିଁ ବୋଲି ଜଷ୍ଟିସ ବୋବଡେ କହିଛନ୍ତି। କେବଳ ପୁରୀ ନୁହେଁ, ଚଳିତବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related story