ଶ୍ରମିକଙ୍କ ଫେରିବା ପାଇଁ ସରକାରୀସ୍ତରରେ ପରିବହନ ବ୍ୟବସ୍ଥା ହୋଇନି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ଏବେ ରାଜ୍ୟ ବାହାରେ ଥିବା ପ୍ରାୟ ୫ଲକ୍ଷ ଓଡ଼ିଆଙ୍କ ଫେରସ୍ତ ନିମନ୍ତେ ବ୍ୟାପକ ପଦକ୍ଷେପ ନେଇଛନ୍ତି। କିନ୍ତୁ ଗତ ଦୁଇଦିନ ଧରି ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କ ପରିବହନ ନିମନ୍ତେ ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସ୍ପଷ୍ଟ କରିଛନ୍ତି। ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବେହେରା କହିଛନ୍ତି ଯେ, ଲକଡାଉନ ସରିବା […]

Padmanav---(1)

Manoranjan Sial
  • Published: Thursday, 30 April 2020
  • , Updated: 30 April 2020, 08:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟ ସରକାର ଏବେ ରାଜ୍ୟ ବାହାରେ ଥିବା ପ୍ରାୟ ୫ଲକ୍ଷ ଓଡ଼ିଆଙ୍କ ଫେରସ୍ତ ନିମନ୍ତେ ବ୍ୟାପକ ପଦକ୍ଷେପ ନେଇଛନ୍ତି। କିନ୍ତୁ ଗତ ଦୁଇଦିନ ଧରି ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କ ପରିବହନ ନିମନ୍ତେ ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସ୍ପଷ୍ଟ କରିଛନ୍ତି।

ଆଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବେହେରା କହିଛନ୍ତି ଯେ, ଲକଡାଉନ ସରିବା ପରେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକମାନଙ୍କ ପରିବହନ ବ୍ୟବସ୍ଥା କରିବା ଦିଗରେ ସରକାର ଯାହା କିଛି ଚିନ୍ତା କରିବେ। ଏବେସୁଦ୍ଧା ସରକାରୀ ଭାବେ ପରିବହନ ପାଇଁ କିଛି ବ୍ୟବସ୍ଥା କରାଯାଇନି। ଯେଉଁମାନେ ଫେରୁଛନ୍ତି ସେମାନେ ନିଜ ବ୍ୟବସ୍ଥାରେ ଆସୁଛନ୍ତି।

ପ୍ରବାସୀ ଓଡ଼ିଆମାନେ ଫେରିବାପରେ ସେମାନଙ୍କୁ ଏଠାରେ ଆବଶ୍ୟକ କାମଧନ୍ଦା ଯୋଗାଇବାରେ କୌଣସି ଅସୁବିଧା ହେବନି ବୋଲି ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ମନରେଗା, ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ପୂର୍ତ୍ତ ବିଭାଗ ଆଦିରେ ଥିବା କାର୍ଯ୍ୟ ସେମାନେ କରିପାରିବେ। ୪-୫ଲକ୍ଷ ଲୋକଙ୍କୁ କାମ ଯୋଗାଇ ଦେଇହେବ। ଯେଉଁମାନେ ଫେରୁଛନ୍ତି ସମସ୍ତେ ଶ୍ରମିକ ନୁହଁନ୍ତି। ସେମାନେ ନିଜ ନିଜର ଜନ୍ମମାଟିକୁ ଫେରିବାକୁ ବ୍ୟସ୍ତ ହେଉଛନ୍ତି। ପଞ୍ଜିକରଣ ପରେ କେଉଁ ରାଜ୍ୟରେ କେତେ ଅଛନ୍ତି ତାହା ଜଣାପଡ଼ିବ। ଯେଉଁମାନେ ଫେରୁଛନ୍ତି ସେମାନଙ୍କ ରହିବା ପାଇଁ ଆବଶ୍ୟକ ପରିମାଣର କ୍ୱାରେଣ୍ଟାଇନ ସେଣ୍ଟର ଖୋଲାଯାଇଛି। ବିଭିନ୍ନ ସ୍କୁଲ ଓ ପଂଚାୟତ ଘରେ ଏସବୁ କ୍ୱାରେଣ୍ଟାଇନ ସେଂଟର ଖୋଲାଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି।

Related story