ଓଡ଼ିଶାରେ ଅକ୍ସିଜେନ୍ ଅଭାବ ନାହିଁ କି ହେବନି: ଡିଏମଇଟି ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ତେବେ ଓଡ଼ିଶାରେ ଅକ୍ସିଜେନର କୌଣସି ଅଭାବ ନାହିଁ କିମ୍ବା ଭବିଷ୍ୟତରେ ରହିବ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଡାକ୍ତର ମହାନ୍ତି କହିଛନ୍ତି ଯେ, ସରକାରଙ୍କୁ ୨୯ଟି ସପ୍ଲାଏର ନିୟମିତ ଭାବେ ଅକ୍ସିଜେନ୍ ଯୋଗାଣ କରୁଥିଲେ। ସେମାନେ ଯେତିକି […]

oxygen

oxygen

Ordigital Desk
  • Published: Wednesday, 21 April 2021
  • Updated: 21 April 2021, 11:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି। ତେବେ ଓଡ଼ିଶାରେ ଅକ୍ସିଜେନର କୌଣସି ଅଭାବ ନାହିଁ କିମ୍ବା ଭବିଷ୍ୟତରେ ରହିବ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଡାକ୍ତର ମହାନ୍ତି କହିଛନ୍ତି ଯେ, ସରକାରଙ୍କୁ ୨୯ଟି ସପ୍ଲାଏର ନିୟମିତ ଭାବେ ଅକ୍ସିଜେନ୍ ଯୋଗାଣ କରୁଥିଲେ। ସେମାନେ ଯେତିକି ପରିମାଣର ଅକ୍ସିଜେନ୍ ଦେଉଥିଲେ ତାହା ଏବେବି ବଳବତ୍ତର ରହିଛି। ତା’ଛଡ଼ା ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ ହେଉଥିବାବେଳେ ଗତବର୍ଷ ଆମ ଓଡ଼ିଶାର ଆବଶ୍ୟକତା ଦୈନିକ ମାତ୍ର ୩୦ ମେଟ୍ରିକ ଟନ୍। ତେଣୁ ଅକ୍ସିଜେନର ଅଭାବ ଏବେ ନାହିଁ କି ଭବିଷ୍ୟତରେ ହେବ ବୋଲି ସେ ଭାବୁନାହାନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଏବେ ରହିଛି ।

ଆମର ଏବେ ମାତ୍ର ୩୧ଟି କୋଭିଡ୍ ହସ୍ପିଟାଲ ଆବଶ୍ୟକ ଥିବାବେଳେ ଆମେ ୭୦ଟି କୋଭିଡ୍ ହସ୍ପିଟାଲ(ସ୍ୱତନ୍ତ୍ର) ପ୍ରସ୍ତୁତ କରି ରଖିସାରିଛୁ। ଯେତିକି ରୋଗୀ ଏବେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନେ ମୋଟ ଜେନେରାଲ ବେଡ୍‌ର ୨୦% ଦଖଲ କରିଛନ୍ତି। ବାକି ୮୦ ପ୍ରତିଶତ ଜେନେରାଲ ବେଡ୍ ଖାଲି ଥିବାବେଳେ ୧୪% ରୋଗୀ ଆଇସିୟୁ ଓ ୧୦ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ରହିଛନ୍ତି। ତା’ଛଡ଼ା ମୁଖ୍ୟମନ୍ତ୍ରୀ ମଧ୍ୟ ତତ୍କାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ତେଣୁ ଭିତ୍ତିଭୂମିର କୌଣସି ଅଭାବ ନାହିଁ ବୋଲି ଡାକ୍ତର ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏବେ ୧୬୭୫ଜଣ ସଂକ୍ରମିତ ରୋଗୀ ଜେନେରାଲ ବେଡରେ ଚିକିତ୍ସିତ ହେଉଥିବାବେଳେ ୪୮୯ଜଣ ଆଇସିୟୁରେ ଅଛନ୍ତି। ଦିନକୁ ଏବେ ଅକ୍ସିଜେନ୍ ଆବଶ୍ୟକ ୨୩.୭୮ ମେଟ୍ରିକ ଟନ୍ ଥିବାବେଳେ ଉତ୍ପାଦନ କ୍ଷମତା ୧୨୯.୬୮ମେଟ୍ରିକ ଟନ୍ ରହିଛି । ଏହାବ୍ୟତୀତ ଆସନ୍ତା ୧୦ତାରିଖ ସୁଦ୍ଧା ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଏଲଏମଓ ଷ୍ଟୋରେଜ ଟ୍ୟାଙ୍କ କାର୍ଯ୍ୟକ୍ଷମ ହେବ। ଅନ୍ୟ ୧୫ଟି ସ୍ଥାନରେ ମଧ୍ୟ ଏଲଏମଓ ଷ୍ଟୋରେଜ୍ ଟ୍ୟାଙ୍କ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story