‘ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫% ଲୋକ ମେଡିକାଲ ଯାଉଥିଲେ, ଏବେ...’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କରୋନା ଗ୍ରାଫ ଉପରମୁହାଁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ଘାରିଲାଣି ମହାମାରୀ ଚିନ୍ତା। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ସମଗ୍ର ଦେଶରେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।  ହେଲେ ଏବେ ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି। ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫% ଲୋକ […]

Niranjan-Mishra

Niranjan-Mishra

Niharika Rout
  • Published: Monday, 11 July 2022
  • Updated: 11 July 2022, 01:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କରୋନା ଗ୍ରାଫ ଉପରମୁହାଁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କୁ ଘାରିଲାଣି ମହାମାରୀ ଚିନ୍ତା। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ସମଗ୍ର ଦେଶରେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ ବି ଏବେ ୫ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।  ହେଲେ ଏବେ ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି।

ପ୍ରଥମ ଓ ଦ୍ୱିତୀୟ ଲହରରେ ୧୫% ଲୋକ ମେଡିକାଲ ଯାଉଥିଲେ । ଏବେ ୩୩୬୦ ଆକ୍ଟିଭ କେସରୁ ୨୮ ଜଣ ହସ୍ପିଟାଲରେ ରହିଛନ୍ତି । ଅଧିକାଂଶ ଲୋକ ବିନା ଲକ୍ଷଣଯୁକ୍ତ ରହୁଥିବା ବେଳେ ଗୁରୁତର ହେଉନାହାନ୍ତି । ଗତ ୪ ମାସ ହେବ ରାଜ୍ୟରେ ଆଉ ଡେଲଟାର ଉପସ୍ଥିତି ନାହିଁ । ମାତ୍ର ଲକ୍ଷଣ ଥିଲେ ପରୀକ୍ଷା କରି ଆଇସୋଲେଟ ହୋଇ ରୁହନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏବେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ଏନେଇ ସେ କହିଛନ୍ତି, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦିଆଯାଉଛି । ୧୮ରୁ ୫୯ ବର୍ଷଙ୍କୁ ୩ୟ ଡୋଜ ମାଗଣାରେ ଦିଆଯିବ କି ନାହିଁ କେନ୍ଦ୍ର ସ୍ଥିର କରୁ । ଦରକାର ପଡ଼ିଲେ ୩ୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ରକୁ କହିବୁ ।

ଭୁବନେଶ୍ୱର, କଟକ, ପୁରୀ, ରାଉରକେଲାରେ କରୋନା ସଂକ୍ରମଣ ବଢୁଛି । ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି, ଆକ୍ଟିଭ କେସ୍ ୩୨୦୦ ପାଖାପାଖି ରହିଛି। ୧% ଲୋକ ହସ୍ପିଟାଲରେ ଓ ୯୯% ହୋମ୍ ଆଇସୋଲେସନରେ ଅଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ଏଥିସହ ସେ କହିଛନ୍ତି, ମାସେ ତଳେ ଦୈନିକ ୧୦ ହଜାର ଟେଷ୍ଟିଂ ହେଉଥିବା ବେଳେ ଏବେ ୧୫ ହଜାର ହେଉଛି । ରବିବାର ଓ ଛୁଟି ଦିନରେ ଟେଷ୍ଟିଂ କମ୍ ରହୁଛି । ତଥାପି ଏହାକୁ ୨୫ ହଜାର କରିବାକୁ ଚେଷ୍ଟା କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story