ବର୍ଷେ ବିତିଲା, ହୋଇପାରିଲାନି ‘ମିଶନ ଶକ୍ତି’ ସ୍ୱତନ୍ତ୍ର ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ପ୍ରଶାସନରେ ଭାଗିଦାରୀ କରିବା ଲକ୍ଷ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରାଜ୍ୟରେ ‘ମିଶନ ଶକ୍ତି’ ବିଭାଗ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ବର୍ଷକ ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନି। ୨୦୨୦ ମସିହା ମାର୍ଚ୍ଚ ୮ତାରିଖ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଏହି ସ୍ୱତନ୍ତ୍ର ବିଭାଗ ସମ୍ପର୍କରେ ଘୋଷଣା କରିବା ସହ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ […]

Mission Shakti

Mission Shakti

Manoranjan Sial
  • Published: Saturday, 27 February 2021
  • Updated: 27 February 2021, 10:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ପ୍ରଶାସନରେ ଭାଗିଦାରୀ କରିବା ଲକ୍ଷ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରାଜ୍ୟରେ ‘ମିଶନ ଶକ୍ତି’ ବିଭାଗ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ବର୍ଷକ ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନି।

୨୦୨୦ ମସିହା ମାର୍ଚ୍ଚ ୮ତାରିଖ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଏହି ସ୍ୱତନ୍ତ୍ର ବିଭାଗ ସମ୍ପର୍କରେ ଘୋଷଣା କରିବା ସହ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ପ୍ରଶାସନ ସକ୍ଷମ ହୋଇପାରିନି କିମ୍ବା ‘ମିଶନ ଶକ୍ତି’ଏପର୍ଯ୍ୟନ୍ତ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟକ୍ଷମ ହୋଇନି। ଯାହାକି ରାଜ୍ୟ ସରକାରଙ୍କ ମହିଳାଙ୍କ ପ୍ରତି ଦରଦକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ସାମଗ୍ରିକ ବିକାଶ ଓ ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ରାଜ୍ୟ ସରକାର ‘ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ’ ଗଠନ ଉପରେ ଗୁରୁତ୍ୱ ଦେଇ ୨୦୧୭ ଏପ୍ରିଲ ମାସରେ ‘ମିଶନ ଶକ୍ତି’ ନାଁରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କଲେ। ପରେ ୨୦୧୯ ସାଧାରଣ ନିର୍ବାଚନରେ ମହିଳା ଏସଏଚଜିଙ୍କୁ ୫ବର୍ଷ ମଧ୍ୟରେ ୫ ହଜାର କୋଟି ଟଙ୍କାର ସରକାରୀ ସାମଗ୍ରୀ କ୍ରୟ ଅର୍ଡର ଦେବା ଓ ମହିଳା ଏସଏଚଜି ମଧ୍ୟରେ ନିର୍ବାଚନ କରାଇ ପ୍ରତି ଜିଲ୍ଲାରେ ସେମାନଙ୍କର ମହାସଂଘ ସଭାପତିକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ଦେବାକୁ ଘୋଷଣା କରିଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ ସମ୍ଭବପର ହୋଇନଥିବାବେଳେ ଗତବର୍ଷ ମହିଳା ଦିବସରେ ‘ମିଶନ ଶକ୍ତି’ ପାଇଁ ସ୍ୱତନ୍ତ୍ର ବିଭାଗ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ମଧ୍ୟ ସଫଳ ରୂପାୟନ ହୋଇପାରିନି।

ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରୁ ଏହାକୁ ବାଦ୍ ଦେଇ ‘ମିଶନ ଶକ୍ତି’ ବିଭାଗ ଅଧୀନରେ ରାଜ୍ୟର ସମସ୍ତ ଏସଏଚଜିକୁ ରଖି ମହିଳାଙ୍କ ଅର୍ଥନୀତିକ ବିକାଶ ସହ ସେମାନଙ୍କୁ ପ୍ରଶାସନରେ ଭାଗିଦାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଗତବର୍ଷ ମହିଳା ଦିବସ ପାଳନ ଅବସରରେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାତ୍ତ୍‌ିର୍କେୟନ ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇ କିଛିମାସ ମଧ୍ୟରେ ମିଶନ ଶକ୍ତି ବିଭାଗର ରୂପରେଖ ସରକାର ପ୍ରସ୍ତୁତ କରିବେ ବୋଲି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନି। ରାଜ୍ୟର ୮୦ଲକ୍ଷ ମହିଳା ଏବେ ‘ମିଶନ ଶକ୍ତି’ ବା ଏସଏଚଜି ଗ୍ରୁପର ସଦସ୍ୟ ଥିବାରୁ ସେହି ବଡ଼ ଭୋଟ୍ ବ୍ୟାଙ୍କକୁ ସନ୍ତୁଷ୍ଟ କରିବାକୁ ସରକାର ଏବେ ତତ୍ପରତା ଦେଖାଇଛନ୍ତି। ପଂଚାୟତ ନିର୍ବାଚନ ପୂର୍ବରୁ ମହିଳାଙ୍କୁ ତୁଷ୍ଟୀକରଣ ନୀତିରେ ସରକାର ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ‘ମିଶନ ଶକ୍ତି’ ବିଭାଗ ଗଠନକୁ ନେଇ ଦୀର୍ଘଦିନ ଧରି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକ୍ରିୟା ସରିଛି , କିନ୍ତୁ କେଉଁ କାରଣରୁ ତାହା ସଫଳ ରୂପ ନେଉନାହିଁ ସେ ସମ୍ପର୍କରେ ବିଭାଗର କେହି କିଛି ବି ଟେର୍ ପାଉନାହାନ୍ତି। ସମ୍ଭବତଃ ଚଳିତବର୍ଷ ମହିଳା ଦିବସ ପାଳନ ପୂର୍ବରୁ ‘ମିଶନ ଶକ୍ତି’ ବିଭାଗ ବାସ୍ତବ ଭାବେ କାର୍ଯକ୍ଷମ ହେବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story