ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ପାଇଁ ପୂର୍ବ ବର୍ଷ ଭଳି ଏଥର ବି ହେବ ଭିଡିଓ କ୍ଲାସ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଭିଡିଓ କ୍ଲାସ। ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି DHSE। ଏଥିପାଇଁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମାଗିଲା DHSE । ମେ ୨୧ ତାରିଖ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ DHSE କହିଛି।
କରୋନା ମହାମାରୀ ଯୋଗୁ ସ୍କୁଲ, କଲେଜ ଖୋଲିବା ନେଇ ନିଶ୍ଚିତତା ନ ଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍ଲାଇନରେ କିପରି ପଢ଼ିବେ ଯୁକ୍ତ ଦୁଇ ଛାତ୍ରୀଛାତ୍ର ସେନେଇ ପଦକ୍ଷେପ ନିଆଯାଇଛି।
ଗତ ବର୍ଷ ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଥିଲା। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀଛାତ୍ରଙ୍କୁ ନେଇ ହ୍ୱାଟସ୍ଆପ ଗ୍ରୁପ୍ କରାଯାଇଥିଲା। ଏହା ମାଧ୍ୟମରେ ଅଧ୍ୟାପକମାନେ ଅନ୍ଲାଇନ କ୍ଲାସ ନେଇଥିଲେ । ଶିକ୍ଷକଙ୍କ ଦ୍ୱାରା ସବୁ ବିଷୟର ଶିକ୍ଷାଦାନର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।