ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟଗୁଡ଼ିକରେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇବାପରେ ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରୁଥିବା ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଜେନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନକୁ ଆଜିଠୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଯାତ୍ରୀଙ୍କର ଶରୀରରେ କୌଣସି ଲକ୍ଷଣ […]

Airport

Airport

Ordigital Desk
  • Published: Thursday, 04 March 2021
  • Updated: 04 March 2021, 07:01 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଡ଼ୋଶୀ ରାଜ୍ୟଗୁଡ଼ିକରେ କୋଭିଡ-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇବାପରେ ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରୁଥିବା ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରାଯାଇଛି।

ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଜେନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଓ ରେଜିଷ୍ଟ୍ରେସନକୁ ଆଜିଠୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଯାତ୍ରୀଙ୍କର ଶରୀରରେ କୌଣସି ଲକ୍ଷଣ ଦେଖାଯିବ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଯାତ୍ରୀ କୋଭିଡ୍ ପଜେଟିଭ୍ ଥିବା ଜଣାପଡ଼େ ତା’ହେଲେ ସମ୍ପୃକ୍ତ ଯାତ୍ରୀଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ। ବିମାନ ବନ୍ଦରରେ ଅବତରଣ କରୁଥିବା ସମସ୍ତ ଯାତ୍ରୀଙ୍କର ଠିକଣା ଓ ଯୋଗାଯୋଗ ନମ୍ବରକୁ ବିଏମସି ସଂଗ୍ରହ କରିବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଯାତ୍ରୀମାନଙ୍କର ସ୍କ୍ରିନିଂ ଓ ରେଜିଷ୍ଟ୍ରେସନ ହେବ। ରେଳଷ୍ଟେସନରେ ମଧ୍ୟ ଅନୁରୂପ ପ୍ରକ୍ରିୟା କାର୍ଯ୍ୟକାରୀ ନିମନ୍ତେ ବିଏମସି ପଦକ୍ଷେପ ନେବ ବୋଲି ଶ୍ରୀ ରଥ କହିଛନ୍ତି।

ଅନ୍ୟପକ୍ଷରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଭୁବନେଶ୍ୱରରେ ଦୀର୍ଘଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା। ମଙ୍ଗଳବାର ସଂକ୍ରମିତଙ୍କ ସଂଖ୍ୟା ଦୁଇଅଙ୍କ ବିଶିଷ୍ଟ ଥିଲା। ତେବେ ଏହାକୁ ନେଇ ଚିନ୍ତା କରିବାର କିଛି ନାହିଁ। ରାଜ୍ୟରେ ଦ୍ୱିତୀୟ ପ୍ରବାହ ଆଶଙ୍କା ଦୂର ହୋଇଛି। ଏବେ ଅନେକ ଟୀକା ନେଲେଣି, ତଥାପି ଅବହେଳା କରିବା ଅନୁଚିତ୍। ୨୪ଘଣ୍ଟିଆ ଟୀକାକରଣ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶନାମା ଆସିନାହିଁ।

ସୂଚନାଯୋଗ୍ୟ, ବୁଧବାର ସମଗ୍ର ରାଜ୍ୟରେ ୯୭ଟି ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି। ଏଥିରେ ୪୯ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୩୨ଜଣ ସ୍ଥାନୀୟ ସଂକ୍ରମଣ ମାମଲା। ସମ୍ବଲପୁରରେ ସର୍ବାଧିକ ୧୫ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ବରଗଡ଼ରେ ୭ ଓ ମୟୂରଭଞ୍ଜରେ ୮ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୬ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos