ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢ଼ିପା ଗାଁରେ ଚୋରକୁ ନିର୍ଧୂମ ଛେଚିଛନ୍ତି ଗାଁ ଲୋକେ। ପୋଲିସ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି। ମାଡ଼ ଖାଇଥିବା ବ୍ୟକ୍ତି ଜଣକ ଖୋର୍ଦ୍ଧା ଅଞ୍ଚଳର ରାଜେଶ ସ୍ୱାଇଁ ବୋଲି ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗତକାଲି ବିଳମ୍ୱିତ ରାତିରେ ୬ ଜଣ ଚୋର କୁଶଢ଼ିପା ଗାଁରେ ପଶିଥିଲେ। ହେଲେ ୫ ଜଣ ଖସି ପଳାଇଥିବା ବେଳେ ଜଣକୁ କାବୁ କରିଥିଲେ ଗ୍ରାମବାସୀ।
ସାରା ରାଜ୍ୟରେ ପିଲା ଚୋରର ଗୁଜବ ଚାଲିଥିବା ବେଳେ ଏପରି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।