ମନ୍ଦିରକୁ ବି ଛାଡ଼ିଲେନି, ଏକାଥରେ ୩ଟିରେ କଳା କନା ବୁଲାଇ ଦେଲେ

ବାଙ୍କି (ସଞ୍ଜୀପ କୁମାର ନାୟକ): କଟକ ଜିଲ୍ଲା ଵାଙ୍କି ଥାନା ଅନ୍ତର୍ଗତ କିଆପଲ୍ଲା ଗାଁରେ ଥିବା ୩ଟି ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଥିବା ଶିବ ମନ୍ଦିର, ହନୁମାନ ଓ ଶନି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଚୋରମାନେ ମନ୍ଦିରର ଗ୍ରୀଲ୍‌ ଭାଙ୍ଗି ଭିତରକୁ ପଶିଥିଲେ। ଏହାପରେ ହୁଣ୍ଡି ବାକ୍ସ ଭାଙ୍ଗି ସମସ୍ତ ଟଙ୍କାପଇସା   ନେଇଯାଇଥିଲେ। ଆଜି ସକାଳେ ପୂଜକମାନେ ମନ୍ଦିରରେ ପହଞ୍ଚିବା ପରେ ଏ ବିଷୟରେ […]

temple,,

Tapaswini Nayak
  • Published: Wednesday, 15 January 2020
  • , Updated: 15 January 2020, 10:42 AM IST

ବାଙ୍କି (ସଞ୍ଜୀପ କୁମାର ନାୟକ): କଟକ ଜିଲ୍ଲା ଵାଙ୍କି ଥାନା ଅନ୍ତର୍ଗତ କିଆପଲ୍ଲା ଗାଁରେ ଥିବା ୩ଟି ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଥିବା ଶିବ ମନ୍ଦିର, ହନୁମାନ ଓ ଶନି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ରାତିରେ ଚୋରମାନେ ମନ୍ଦିରର ଗ୍ରୀଲ୍‌ ଭାଙ୍ଗି ଭିତରକୁ ପଶିଥିଲେ। ଏହାପରେ ହୁଣ୍ଡି ବାକ୍ସ ଭାଙ୍ଗି ସମସ୍ତ ଟଙ୍କାପଇସା   ନେଇଯାଇଥିଲେ।

ଆଜି ସକାଳେ ପୂଜକମାନେ ମନ୍ଦିରରେ ପହଞ୍ଚିବା ପରେ ଏ ବିଷୟରେ ଜଣାପଡ଼ିଥିଲା। ସେମାନେ ଏ ବିଷୟରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଏହା ପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Related story