ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଏକାଠି ହେବେ ୧୩ଟି ଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଓ ପରିଚାଳନାରେ ବିଫଳତା ତଥା ଲୋକଙ୍କ ଜୀବନଜୀବିକା ସୁରକ୍ଷା ଦାବିରେ ରାଜ୍ୟର ୧୩ଟି ବିରୋଧୀ ଦଳ ଆସନ୍ତା ୨୬ତାରିଖ ଶୁକ୍ରବାର ଭୁବନେଶ୍ୱରରେ ଏକଜୁଟ ହୋଇ ପ୍ରତିବାଦ ପ୍ରଦର୍ଶନ କରିବେ। ଆଜି ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବାଦ ପ୍ରଦର୍ଶନ ସହ ରାଜନୀତିକ ଦଳଗୁଡ଼ିକର ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ପ୍ରଦାନ କରିବ। ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଉତ୍କଳମଣି ସଭାକକ୍ଷରେ ରାଜ୍ୟର […]

congress

congress

Manoranjan Sial
  • Published: Wednesday, 24 June 2020
  • Updated: 24 June 2020, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ଓ ପରିଚାଳନାରେ ବିଫଳତା ତଥା ଲୋକଙ୍କ ଜୀବନଜୀବିକା ସୁରକ୍ଷା ଦାବିରେ ରାଜ୍ୟର ୧୩ଟି ବିରୋଧୀ ଦଳ ଆସନ୍ତା ୨୬ତାରିଖ ଶୁକ୍ରବାର ଭୁବନେଶ୍ୱରରେ ଏକଜୁଟ ହୋଇ ପ୍ରତିବାଦ ପ୍ରଦର୍ଶନ କରିବେ। ଆଜି ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବାଦ ପ୍ରଦର୍ଶନ ସହ ରାଜନୀତିକ ଦଳଗୁଡ଼ିକର ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ପ୍ରଦାନ କରିବ।

ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ଉତ୍କଳମଣି ସଭାକକ୍ଷରେ ରାଜ୍ୟର ୧୩ଟି ବିରୋଧୀ ଦଳର ନେତାମାନଙ୍କର ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଶୁକ୍ରବାର କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାବେଳେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଏହି ଦଳଗୁଡ଼ିକ ପକ୍ଷରୁ ମିଳିତ ପ୍ରତିବାଦ ପ୍ରଦର୍ଶନ କରାଯିବ। ଆଜିର ଏହି ବୈଠକରେ କଂଗ୍ରେସ, ସିପିଆଇ, ସିପିଆଇଏମ, ସିପିଆଇଏମଏଲ ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦମି ପାର୍ଟି, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇଏମଏଲ୍ ରେଡ୍ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, କଳିଙ୍ଗ ସେନା ଏନ୍‌ସିପି, ବହୁଜନ ସମାଜ ପାର୍ଟି, ସମୃଦ୍ଧ ଓଡ଼ିଶା ଆଦି ୧୩ଟି ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଆଶିଷ କାନୁନ୍‌ଗୋ, ଅଳି କିଶୋର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ରାମ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଞ୍ଜନ ମହାପାତ୍ର, ହେମନ୍ତ ସାହୁ, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି ନେତାମାନେ ଅଭିଯୋଗ କରିଥିଲେ ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୁରଦୃଷ୍ଟିହୀନତା ଯୋଗୁଁ କରୋନା ସଂକ୍ରମଣ ଦେଶରେ ବଢ଼ି ବଢ଼ି ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ତୃଟିପୂର୍ଣ୍ଣ ଓ ଅପରିଣାମଦର୍ଶୀ କାର୍ଯ୍ୟକ୍ରମର ପ୍ରତିବାଦ ଓ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ବିରୋଧି ରାଜନୈତିକ ଦଳମାନେ ଏକାଠି ହେବାସହ ରାଜ୍ୟବାସୀଙ୍କୁ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos