ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଚାନ୍ଦବାଲି (ବାସୁଦେବ ଦାସ): ମାଛ କିଲୋ ୬୫୦୦ ଟଙ୍କା। ଏହି କଥା କହିଲେ ସାଧାରଣତଃ କେହି ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଏହା ସତ। ଏମିତି ମାଛ ଧରା ହୋଇଛି ଭଦ୍ରକ ଜିଲ୍ଲା ଧାମରାରୁ। ଏହି ମାଛର ସାଇଣ୍ଟିଫିକ୍ ନାଁ ହେଉଛି “ବ୍ଲାକ୍‌ ସ୍ପଟେଡ୍‌ କ୍ରୋକର”। ଆଉ ଆଞ୍ଚଳିକ ଭାଷାରେ ଏହାକୁ ‘ତେଲିଆ ଶିଳା’ ମାଛ ବୋଲି କୁହାଯାଏ।

ଗତ ୧୫ ତାରିଖରେ ଧାମରାରୁ କିଛି ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସେମାନେ ଜାଲ ପକାଇବା ବେଳେ ବଡ଼ ବ୍ଲାକ ସ୍ପଟେଡ୍‌ କ୍ରୋକର ମାଛ ଧରାପଡ଼ିଥିଲେ। ସେମାନେ ମୋଟ ୧୦ଟି ବ୍ଲାକ୍‌ ସ୍ପଟେଡ୍‌ କ୍ରୋକର ବା ତେଲିଆ ଶିଳା ମାଛ ଧରିଥିଲେ। ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୨୫ରୁ ୩୦ କିଲୋଗ୍ରାମ ଥିଲା।

(image) ମତ୍ସଜୀବୀଙ୍କ କହିବା ଅନୁଯାୟୀ, ଏହି ପ୍ରଜାତିର ଛୋଟ ମାଛ ବର୍ଷସାରା ମିଳନ୍ତି। କିନ୍ତୁ ବଡ଼ ମାଛ ମିଳନ୍ତି ନାହିଁ। ଗତବର୍ଷ ଦୁଇଟି ବଡ଼ ତେଲିଆ ଶିଳା ମିଳିଥିବା ବେଳେ ଆଜି ୧୦ଟି ମିଳିଛନ୍ତି।

ବଡ଼ ବ୍ଲାକ୍‌ ସ୍ପଟେଡ୍‌ କ୍ରୋକର ମାଛରେ ବହୁ ଔଷଧୀୟ ଗୁଣ ରହିଥିବାରୁ ଏହାର ଚାହିଦା ଅଧିକ ରହିଛି। ଧାମରାରୁ ଏହି ରାଜ୍ୟ ବାହାରକୁ ଚାଲାଣ ହେଉଛି।

(image) ଜୁଲଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ବୈଜ୍ଞାନିକ ଅନିଲ ମହାପାତ୍ର କହିଛନ୍ତି,“ଏହି ମାଛର ସାଇଣ୍ଟିଫିକ୍‌ ନାଁ ହେଉଛି ବ୍ଲାକ ସ୍ପଟେଡ୍‌ କ୍ରୋକର। ଏହି ମାଛରେ ବହୁ ଔଷଧୀୟ ଗୁଣ ରହିଛି। ତେଣୁ ଏହାର ଚାହିଦା ଅଧିକ ରହିଛି। ଯେଉଁ ମାଛର ସ୍ୱିମ୍‌ ବ୍ଲାଡର ଯେତେ ବଡ଼, ତାର ଦାମ୍‌ ସେତେ ଅଧିକ ରହିଛି। ଏମିତିକି କେଜି ୪୦ରୁ ୫୦ ହଜାର ଟଙ୍କା ଛୁଇଁଯାଏ। ତେବେ ପୁରୁଷ ବ୍ଲାକ ସ୍ପଟେଡ୍‌ କ୍ରୋକର ମାଛର ସ୍ୱିମ୍‌ ବ୍ଲାଡର ବଡ଼ ରହିଥିବାରୁ ଚାହିଦା ଅଧିକ ରହିଛି। ଏହି ପ୍ରଜାତିର ମାଛ ଗଭୀର ସମୁଦ୍ରରେ ମିଳନ୍ତି।”
https://youtu.be/qKi7GriMXLU

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।