ତୃତୀୟ ମହଲାକୁ ବାରମ୍ବାର ଟାର୍ଗେଟ୍‌, ବୈଜୟନ୍ତଙ୍କ ପାଇଁ କାଳ ହେଲା: ଦେବାଶିଷ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ତୃତୀୟ ମହଲାକୁ ଟାର୍ଗେଟ୍ କରିବାରୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି- ହଠାତ୍ କିଛି ହୋଇନାହିଁ, ତଦନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି। ତୃତୀୟ ମହଲାକୁ ବାରମ୍ବାର ଟାର୍ଗେଟ କରିବାରୁ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ଆହୁରି କହିଛନ୍ତି, ତୃତୀୟ ମହଲା ବିଜେଡିର ରାଜନୈତିକ କାର୍ଯ୍ୟାଳୟ ନୁହେଁ।  ଯାହା ଅଭିଯୋଗ ଅଛି […]

bjd

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 01:40 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ତୃତୀୟ ମହଲାକୁ ଟାର୍ଗେଟ୍ କରିବାରୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି- ହଠାତ୍ କିଛି ହୋଇନାହିଁ, ତଦନ୍ତ ପରେ ଏହି ନିଷ୍ପତ୍ତି ନିଆଯାଇଛି। ତୃତୀୟ ମହଲାକୁ ବାରମ୍ବାର ଟାର୍ଗେଟ କରିବାରୁ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସେ ଆହୁରି କହିଛନ୍ତି, ତୃତୀୟ ମହଲା ବିଜେଡିର ରାଜନୈତିକ କାର୍ଯ୍ୟାଳୟ ନୁହେଁ।  ଯାହା ଅଭିଯୋଗ ଅଛି ମୁଖ୍ୟମନ୍ତ୍ରୀ ତାଙ୍କୁ ଜଣାଇବାକୁ କହିଥିଲେ। ହେଲେ ବୈଜୟନ୍ତ କେବଳ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କହିଲେ।

ଦେବାଶିଷ କହିଛନ୍ତି ଯେ, କାର୍ଯ୍ୟାନୁଷ୍ଠାନ ପରେ ଦଳ ଆହୁରି ମଜବୁତ୍ ହେବ।

ଅନ୍ୟପକ୍ଷରେ ଦଳରୁ ନିଲମ୍ବିତ ହେବା ପରେ ଟ୍ୱିଟ୍‌ରେ ପ୍ରତିକ୍ରିୟା ରଖିଥିଲେ ସାଂସଦ ବୈଜୟନ୍ତ ପଣ୍ଡା। ସେ କହିଥିଲେ, “ଏହି ନିଷ୍ପତ୍ତିରେ ମୁଁ ଚକିତ ଏବଂ ଏହା ଅତ୍ୟନ୍ତ ଦୁଃଖଦାୟକ। ଦଳକୁ ନିୟନ୍ତ୍ରଣ କରୁଥିବା ଜଣେ ଆଇଏଏସ ଅଫିସରଙ୍କ ନେତୃତ୍ୱରେ ମୋ ବିରୁଦ୍ଧରେ ଚାଲିଥିବା ଷଡ଼ଯନ୍ତ୍ରକୁ ନବୀନ ପଟ୍ଟନାୟକ ଦେଖିପାରିଲେ ନାହିଁ।”

Related story