ବାତ୍ୟା ଆଶଙ୍କା ବଢ଼ିଲା, ସ୍ଥିତିର ସମୀକ୍ଷା କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନିମନ୍ତେ ଆଜି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ଆକଳନ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ସରକାରୀ ଅଫିସରମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ୨୨ ତାରିଖ ପରେ ବାତ୍ୟାର ସ୍ଥିତି ସ୍ପଷ୍ଟ ହେବାର ଥିବାରୁ ସରକାର ଉପକୂଳ ଜିଲ୍ଲା ଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟିକୁ […]

cyclone

cyclone

Ordigital Desk
  • Published: Tuesday, 18 October 2022
  • Updated: 18 October 2022, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନିମନ୍ତେ ଆଜି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ଆକଳନ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ସରକାରୀ ଅଫିସରମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ୨୨ ତାରିଖ ପରେ ବାତ୍ୟାର ସ୍ଥିତି ସ୍ପଷ୍ଟ ହେବାର ଥିବାରୁ ସରକାର ଉପକୂଳ ଜିଲ୍ଲା ଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟିକୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ୍‌ କରିଛନ୍ତି।

ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଅସ୍ଥାୟୀ ଦାୟିତ୍ୱରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ(ଏସଆରସି) କହିଛି ଯେ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି। ପରବର୍ତ୍ତୀ ସମୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ଆଶଙ୍କା ରହିଛି । କିନ୍ତୁ ଏହା କେଉଁ ଦିଗରେ ଗତି କରିବ ଓ ତାହାର ତୀବ୍ରତା ଏବଂ ପ୍ରଭାବ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇନାହିଁ । ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏହା ଉପରେ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଅଛି ।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ବିଭାଗ ଏବଂ ଉପକୂଳ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସାହୁ ଆଜି ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ।ସମ୍ପୃକ୍ତ ପଦାଧିକାରୀମାନଙ୍କୁ ନିଜର ହେଡ଼କ୍ୱାର୍ଟର ନଛାଡିବାପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୨୨ତାରିଖ ପରେ ଅବପାତଟି ବାତ୍ୟାର ରୂପ ନେଇପାରେ । ତେବେ ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ନା ଯିବ, ତା’ର ପୂର୍ବାନୁମାନ ହୋଇନି । ଲଘୁଚାପରେ ପରିଣତ ହେଲା ପରେ ହିଁ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ । ଲଘୁଚାପ ବା ଅବପାତ ପରେ ହିଁ ବାତ୍ୟାର ଗତିପଥ ସ୍ପଷ୍ଟ ହେବ । ୨୨ତାରିଖରେ ବାତ୍ୟା ରୂପ ନେଲାବେଳକୁ ଏହା ସମୁଦ୍ର ଭିତରେ ଥିବ । ଏହା କେଉଁ ଦିଗରେ ଯିବ, ତୀବ୍ରତା କେତେ ରହିବା ତା’ର ପୂର୍ବାନୁମାନ ହୋଇନି ।

ସେପଟେ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୯ତାରିଖ ବୁଧବାରରୁ ରାଜ୍ୟରେ ବର୍ଷା ଅନୁଭତ ହେବାର ସମ୍ଭାବନା ରହିଛି । ପ୍ରାୟ ୨୦ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଅକ୍ଟୋବର ୧୯ ଅର୍ଥାତ୍ ଆସନ୍ତାକାଲି ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

https://twitter.com/IPR_Odisha/status/1582364700666630146?s=20&t=2njt4JYSA3afwWCln52Rbg

https://twitter.com/mcbbsr/status/1582332698122911747?s=20&t=POsaDpJHrcm1S-BjgGPJ6A

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story