ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀ ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ ଦିଆଯାଇଛି। କନ୍ୟାଶ୍ରମ ଉଡ଼ାଇ ଦେବା ସହ ପରିଚାଳକଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ଫୋନ ନମ୍ବରରୁ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କ ପାଖକୁ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ଏନେଇ ସ୍ୱାମୀଜୀ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ଆଶ୍ରମରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଫୋନ୍‌ କରି […]

phulbani

Manoranjan Sial
  • Published: Saturday, 20 February 2021
  • , Updated: 20 February 2021, 08:53 PM IST

ଫୁଲବାଣୀ(ତ୍ରିନାଥ ସାହୁ): ଫୁଲବାଣୀ ଜଳେଶପଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ ଦିଆଯାଇଛି। କନ୍ୟାଶ୍ରମ ଉଡ଼ାଇ ଦେବା ସହ ପରିଚାଳକଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ଫୋନ ନମ୍ବରରୁ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କ ପାଖକୁ ଏହି ଧମକପୂର୍ଣ୍ଣ କଲ ଆସିଥିଲା। ଏନେଇ ସ୍ୱାମୀଜୀ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ପ୍ରକାଶ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ଆଶ୍ରମରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଫୋନ୍‌ କରି ସ୍ୱାମୀଜୀଙ୍କୁ ଧମକ ଦେଇଥିଲେ। କନ୍ୟାଶ୍ରମ ଉଡ଼ାଇ ଦେବା ସହ ତାଙ୍କୁ(ଜୀବନମୁକ୍ତାନନ୍ଦ ପୁରୀ) ହତ୍ୟା ଧମକ ଦେଇଥିଲେ। ଏନେଇ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଶ୍ରମ ପାଖରେ ପୁଲିସ ମୁତୟନ ହୋଇଛନ୍ତି। ଆଖାପାଖ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି ବୋଲି ପୁଲିସ କହିଛି।

୨୦୦୮ରେ କନ୍ୟାଶ୍ରମ ପ୍ରତିଷ୍ଠାତା ଲକ୍ଷ୍ମଣାନନ୍ଦ ସରସ୍ୱାତୀଙ୍କୁ ହତ୍ୟା କରାଯାଇଥିଲା। ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ ସମୟରେ ଆଶ୍ରମରେ ସ୍ୱାମୀଜୀଙ୍କୁ ହତ୍ୟା କରାଯାଇଥିଲା। ସେ ଦିନ ଥିଲା ଜନ୍ମାଷ୍ଟମୀ। ଆଶ୍ରମରେ ସ୍ୱାମୀଜୀଙ୍କ ସହ ତାଙ୍କର ୪ ଜଣ ସହଯୋଗୀ ଥିଲେ। ଅଚାନକ ୩୦ରୁ ୪୦ ଜଣ ସଶସ୍ତ୍ର ମୁଖା ପିନ୍ଧା ଦୁର୍ଦ୍ଦାନ୍ତ ଆସି ୮୪ ବର୍ଷୀୟ ସ୍ୱାମୀଜୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଗୁଳି କରି ହତ୍ୟା କରିଥିଲେ। ନିହତଙ୍କ ମଧ୍ୟରେ ଜଣେ ମହିଳା ସାଧୁ ମଧ୍ୟ ଥିଲେ। ଆଖିବୁଜା ଗୁଳି କରି ହତ୍ୟା କରିବା ପରେ ଅପରାଧୀମାନେ ତୀକ୍ଷ୍ମ ଅସ୍ତ୍ରରେ ମୃତଦେହଗୁଡ଼ିକୁ ବିକୃତ କରିଦେଇଥିଲେ।

Related story