ହେତୁବାଦୀଙ୍କୁ ହତ୍ୟା ଧମକ, ସୁରକ୍ଷା ଲୋଡ଼ିଲେ

କଟକ(ଓଡ଼ିଶା ରିପୋର୍ଟର): ଗତ ମଙ୍ଗଳବାର ସୂର୍ଯ୍ୟପରାଗ ଲାଗିଥିବା ବେଳେ ରନ୍ଧା ଖାଦ୍ୟ ଖାଇବାକୁ ନେଇ  ଟାର୍ଗେଟକୁ ଆସିଛନ୍ତି ହେତୁବାଦୀ। ପରାଗ ସମୟରେ ହେତୁବାଦୀମାନେ ଚିକେନ ବିରିୟାନୀ ଖାଇଥିବା ବେଳେ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ହେତୁବାଦୀଙ୍କୁ ବିଭିନ୍ନ ସ୍ଥାନରୁ ହତ୍ୟା ଧମକ ଆସୁଥିବା ଅଭିଯୋଗ ହୋଇଛି।  ଏନେଇ  ଓଡ଼ିଶା ହେତୁବାଦୀ ସମାଜ ସମ୍ପାଦକ ଦେବେନ୍ଦ୍ର ସୂତାର କଟକ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି। ଏକ ଅଜଣା ନମ୍ବରରୁ ଧମକପୂର୍ଣ୍ଣ […]

pic

pic

Niharika Rout
  • Published: Friday, 28 October 2022
  • Updated: 28 October 2022, 09:47 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଗତ ମଙ୍ଗଳବାର ସୂର୍ଯ୍ୟପରାଗ ଲାଗିଥିବା ବେଳେ ରନ୍ଧା ଖାଦ୍ୟ ଖାଇବାକୁ ନେଇ  ଟାର୍ଗେଟକୁ ଆସିଛନ୍ତି ହେତୁବାଦୀ। ପରାଗ ସମୟରେ ହେତୁବାଦୀମାନେ ଚିକେନ ବିରିୟାନୀ ଖାଇଥିବା ବେଳେ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ହେତୁବାଦୀଙ୍କୁ ବିଭିନ୍ନ ସ୍ଥାନରୁ ହତ୍ୟା ଧମକ ଆସୁଥିବା ଅଭିଯୋଗ ହୋଇଛି।  ଏନେଇ  ଓଡ଼ିଶା ହେତୁବାଦୀ ସମାଜ ସମ୍ପାଦକ ଦେବେନ୍ଦ୍ର ସୂତାର କଟକ ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି। ଏକ ଅଜଣା ନମ୍ବରରୁ ଧମକପୂର୍ଣ୍ଣ କଲ୍‌ ଆସୁଥିବାରୁ ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ସେ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ।

ଗତ ମଙ୍ଗଳବାର ସୂର୍ଯ୍ୟପରାଗ ଲାଗିଥିବା ବେଳେ ହେତୁବାଦୀମାନେ ବର୍ଷ ବର୍ଷର ପରମ୍ପରା ଭାଙ୍ଗି  ଭୁବନେଶ୍ୱର ପ୍ରେସ ଛକରେ  ଏକ ହୋଟେଲରେ ସାଧା ଓ ଚିକେନ ବିରିଆନି  ଖାଇଥିଲେ ।   ପରାଗ ସମୟରେ ପାକ୍‌ତ୍ୟାଗକୁ ସେମାନେ ବିଜ୍ଞାନ ସମ୍ମତ ବୋଲି ଅସ୍ୱୀକାର କରିବା ସହ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ଏହାପରେ ସେମାନଙ୍କ ନିକଟକୁ ହତ୍ୟା ଧମକ ଆସୁଥିବା ଅଭିଯୋଗ କରିଛନ୍ତି ହେତୁବାଦୀ।

ଏନେଇ ହେତୁବାଦୀ ଦେବେନ୍ଦ୍ର ସୂତାର କହିଛନ୍ତି, ମୋ’ ନିକଟକୁ ଏକ ଅଜଣା ନମ୍ବର ୬୩୯୭୨୫୪୧୦୩ ନଂରୁ କଲ୍‌ ଆସିଥିଲା। ଅପରପାର୍ଶ୍ୱର ବ୍ୟକ୍ତିଜଣକ ମୋତେ ଜୀବନରୁ ମାରିଦେବାକୁ  ଖୋଲାଖୋଲି ଧମକ ଦେଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛି।

ଅପରପକ୍ଷେ, ହେତୁବାଦୀ ସଂଗଠନ ବିରୋଧରେ ଥାନାରେ ଏତଲା ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ପକ୍ଷରୁ କଟକ ସିଡିଏର ମର୍କତନଗର ଥାନାରେ ହେତୁବାଦୀ ସଂଗଠନ ବିରୋଧରେ ଏତଲା ଦିଆଯାଇଛି । ବ୍ରାହ୍ମଣ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି । ଜୟ ଜଗନ୍ନାଥ ଚାରଣ ସମିତି ଏହାକୁ ସମର୍ଥନ କରିଛି । ହେତୁବାଦୀ ସଂଗଠନର ସଦସ୍ୟ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସାମାଜିକ ଶୃଙ୍ଖଳା ଭଙ୍ଗ ଓ ଧର୍ମୀୟ ଭାବନାକୁ ଆଘାତ ଅଭିଯୋଗ କରାଯାଇଛି  ।ତେବେ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ହେତବାଦୀ ଦେବେନ୍ଦ୍ର ସୂତାର ।

ସୂର୍ଯ୍ୟପରାଗର ବିଭିନ୍ନ ନିୟମକୁ ନେଇ ଏବେ ହେତୁବାଦୀ ଓ ବ୍ରାହ୍ମଣ ସମାଜ ମୁହାଁମୁହିଁ ହୋଇଥିବା ବେଳେ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି। ଏହି ସମୟରେ ପାକତ୍ୟାଗ ସହ ଅନ୍ୟାନ୍ୟ ନୀତି ନିୟମ ଅନ୍ଧବିଶ୍ୱାସ ।  ବ୍ରାହ୍ମଣ, ଜ୍ୟୋତିଷମାନେ ଏହାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ହେତୁବାଦୀ କହିବା ଫଳରେ ବ୍ରାହ୍ମଣ ସମାଜ  ଏନେଇ ଥାନାର ଦ୍ୱାରସ୍ଥ ହୋଇଛି।

ସେହିପରି ସୂର୍ଯ୍ୟପରାଗରେ ହେତୁବାଦୀମାନେ ରନ୍ଧା ଖାଦ୍ୟ ଖାଇବାକୁ ବିରୋଧ କରିଛି ଓଡିଶା ମନ୍ଦିର ସେବାୟତ ସଂଘ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ପରମ୍ପରାକୁ ଭାଙ୍ଗି ପରାଗ ସମୟରେ ଖାଇବାକୁ ନିନ୍ଦା କରିଛି ସଂଘ ।  ବାରମ୍ବାର ହିନ୍ଦୁ ଧର୍ମ ପ୍ରତି ଏଭଳି କୁଠାରଘାତକୁ ସଂଘ ସହ୍ୟ କରିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ପରମ୍ପରାକୁ ଭଙ୍ଗ କରୁଥିବା ଏଭଳି ବିଧର୍ମୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ଓଡି଼ଶା ମନ୍ଦିର ସେବାୟତ ସଂଘ ।

ତେବେ ଏହି ବିବାଦର ସମାଧାନ ହେଉଛି, ନା ଆଗକୁ ଏହା ନୂଆ ବିବାଦର ରୂପ ନେଉଛି ତାହା ସମୟ ଆସିଲେ ଜଣାପଡ଼ିବ ।

https://youtu.be/Sf59iTgNv5E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story