୩ଟି ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସଫଳତା। ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ କରିଛି। ୩ଟି କଲରାପତରିଆ ବାଘ ଛାଲ ଜବତ କରିବା ସହିତ ୩ ଜଣ ମାଫିଆଙ୍କୁ ଗିରଫ କରିଛି। କଲରାପତରିଆ ବାଘ ଛାଲ ବିକ୍ରି ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ମାଳଧୀ ଛକରେ ଚାଲିଥିଲା ଡିଲ୍‌। ସେହି ସମୟରେ ଏସ୍‌ଟିଏଫ୍ ଟିମ୍ ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସ୍ ସହାୟତାରେ ସେଠାରେ କରିଥିଲା ଚଢ଼ାଉ। ପୂର୍ବ ସୂଚନା ଆଧାରରେ ଏସ୍‌ଟିଏଫ୍ ଏହି […]

Tiger Skin

  • Published: Sunday, 16 October 2022
  • , Updated: 16 October 2022, 12:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସଫଳତା। ଏକ ବାଘ ଛାଲ ରାକେଟର ପର୍ଦ୍ଦାଫାସ କରିଛି। ୩ଟି କଲରାପତରିଆ ବାଘ ଛାଲ ଜବତ କରିବା ସହିତ ୩ ଜଣ ମାଫିଆଙ୍କୁ ଗିରଫ କରିଛି।

କଲରାପତରିଆ ବାଘ ଛାଲ ବିକ୍ରି ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ମାଳଧୀ ଛକରେ ଚାଲିଥିଲା ଡିଲ୍‌। ସେହି ସମୟରେ ଏସ୍‌ଟିଏଫ୍ ଟିମ୍ ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସ୍ ସହାୟତାରେ ସେଠାରେ କରିଥିଲା ଚଢ଼ାଉ। ପୂର୍ବ ସୂଚନା ଆଧାରରେ ଏସ୍‌ଟିଏଫ୍ ଏହି ଚଢ଼ାଉ କରିଥିଲା।

ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ମିଳିତ ଟିମ୍‌। ଗିରଫ ଅଭିଯୁକ୍ତମାନେ ହେଲେ ସୁମିତ କୁମାର, କୃପା ସାହୁ ଓ ଆଦିତ୍ୟ ପାତ୍ର ।

ଏସ୍‌ଟିଏଫ୍‌ ଏହି ଘଟଣାରେ ଏବେ ଅଧିକ ଖୋଳତାଡ଼ କରୁଛି। ଏହି ରାକେଟର ନେଟୱର୍କ କେତେ ଦୂର ଲମ୍ବିଛି, ଆଗରୁ କେତେ ଥର ସେମାନେ ବାଘଛାଲ ବିକ୍ରି କରିଛନ୍ତି- ଏସବୁର ତଦନ୍ତ କରୁଛି ଏସ୍‌ଟିଏଫ୍‌।

Related story