ଗୁଳି କରି ଖସି ପାରିଲେନି ଗଞ୍ଜେଇ ମାଫିଆ, କାବୁ କଲା ପୁଲିସ୍‌

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପୁଲିସ୍‌ ପିଛା କରୁଥିବା ବେଳେ ଗଞ୍ଜେଇ ମାଫିଆ କରିଥିଲେ ଗୁଳି। ତେବେ କୌଣସି ପୁଲିସ୍ କର୍ମଚାରୀଙ୍କ ଦେହରେ ବାଜି ନଥିଲା ଗୁଳି। ଅନ୍ୟପକ୍ଷରେ ଗୁଳି କରିବା ସତ୍ତ୍ୱେ ଖସି ଯାଇପାରି ନଥିଲେ ଗଞ୍ଜେଇ ମାଫିଆ। ପୁଲିସ୍ ତାଙ୍କୁ କାବୁ କରିବାରେ ହୋଇଥିଲା ସଫଳ। ଦେବଗଡ଼ ଜିଲ୍ଲାରେ ଘଟିଛି ଏହି ଘଟଣା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏନେଇ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ କହିବା ଅନୁଯାୟୀ, ୨ ଜଣ […]

Police

Police

Jitendra Garnayak
  • Published: Tuesday, 12 October 2021
  • Updated: 12 October 2021, 05:36 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପୁଲିସ୍‌ ପିଛା କରୁଥିବା ବେଳେ ଗଞ୍ଜେଇ ମାଫିଆ କରିଥିଲେ ଗୁଳି। ତେବେ କୌଣସି ପୁଲିସ୍ କର୍ମଚାରୀଙ୍କ ଦେହରେ ବାଜି ନଥିଲା ଗୁଳି। ଅନ୍ୟପକ୍ଷରେ ଗୁଳି କରିବା ସତ୍ତ୍ୱେ ଖସି ଯାଇପାରି ନଥିଲେ ଗଞ୍ଜେଇ ମାଫିଆ। ପୁଲିସ୍ ତାଙ୍କୁ କାବୁ କରିବାରେ ହୋଇଥିଲା ସଫଳ। ଦେବଗଡ଼ ଜିଲ୍ଲାରେ ଘଟିଛି ଏହି ଘଟଣା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏନେଇ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ କହିବା ଅନୁଯାୟୀ, ୨ ଜଣ ଯୁବକ ସମ୍ୱଲପୁରରୁ ବିପୁଳ ପରିମାଣର ଗଞ୍ଜେଇ ନେଇ ସୁନ୍ଦରଗଡ଼ ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ସେମାନଙ୍କ ପଛରେ ଏକ କାର୍‌ ଯାଉଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ସେମାନଙ୍କୁ ପିଛା କରିଥିଲା। ରିଆମାଳ ଥାନା ଅଞ୍ଚଳର ଡଙ୍ଗାଘାଟ ଠାରେ ପୁଲିସ୍ ଦୁଇ ବାଇକ୍ ଆରୋହୀଙ୍କୁ ଅଟକାଇ ଯାଞ୍ଚ କରିଥିଲା। ସେମାନଙ୍କ ଠାରୁ ୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରାଯାଇଥିଲା।

ଏହି ବାଇକ୍ ପଛରେ ଆସୁଥିବା କାର୍‌ଟି ସେଠାରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲା। ଦେବଗଡ଼ ଏସ୍‌ଡିପିଓ ପ୍ରତ୍ୟୁଷ ମହାପାତ୍ର ସଦଳବଳେ କାର୍‌ଟିକୁ ପିଛା କରି ଗୋହିରା ଡ୍ୟାମ୍‌-ବରଘାଟ ରାସ୍ତାର ଦେଓଝରଣ ନିକଟରେ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ କାର୍‌ରେ ଥିବା ରୂପେଶ ପ୍ରସାଦ ପୁଲିସ୍ ଟିମ୍‌ ଉପରକୁ ଗୁଳି କରିଥିଲା। କିନ୍ତୁ କୌଣସି ପୁଲିସ୍ କର୍ମଚାରୀଙ୍କ ଦେହରେ ଗୁଳି ବାଜି ନଥିଲା। ଏହା ପରେ ସେମାନେ ରୂପେଶକୁ କାବୁ କରିବାରେ ସଫଳ ହୋଇଥିଲେ। ସେ ଉକ୍ତ ଗଞ୍ଜେଇକୁ ସୁନ୍ଦରଗଡ଼ ଜିଲ୍ଲାକୁ ଚାଲାଣ କରୁଥିବା ସ୍ୱୀକାର କରିଥିଲା। ତା’ଠାରୁ ଉକ୍ତ କାର ସହିତ ଏକ ପିସ୍ତଲ ଓ ୭ଟି ଗୁଳି ଜବତ କରାଯାଇଛି।

ଗିରଫ ହୋଇଥିବା ଅନ୍ୟ ଦୁଇ ଗଞ୍ଜେଇ ମାଫିଆ ହେଉଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ବିକାଶ ରାଜହଂସ ଓ ପୌଲସ୍ତି ଜଗଦଳା। ଗିରଫ ରୂପେଶର ଘର ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos