କୋଏଲ୍‌ ନଦୀରେ ଭାସୁଛି ୩ ପିଲାଙ୍କ ମୃତଦେହ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି/ପବନ ତିୱାରୀ): କୋଏଲ୍‌ ନଦୀରେ ଭାସୁଛି ୩ ନାବାଳକଙ୍କ ମୃତଦେହ। ହେଲେ ସେମାନଙ୍କ ପରିଚୟ ମିଳିନାହିଁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ୩ ଜଣ ପିଲା ପରିବାର ଲୋକଙ୍କୁ କିଛି ନକହି ଘରୁ ପଳାଇ ଆସିଥିଲେ। ସେମାନେ କୂଳରେ ସାର୍ଟ ଓ ପ୍ୟାଣ୍ଟ ରଖି ଝିରିପାଣି ଥାନା ଅନ୍ତର୍ଗତ ଭାଟା ବସ୍ତି ନିକଟସ୍ଥ କୋଏଲ ନଦୀରେ ଗାଧୋଉ ଥିଲେ। ଅସାବଧାନତା ଯୋଗୁ […]

rkl1

rkl1

Manoranjan Sial
  • Published: Wednesday, 10 February 2021
  • Updated: 10 February 2021, 05:56 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି/ପବନ ତିୱାରୀ): କୋଏଲ୍‌ ନଦୀରେ ଭାସୁଛି ୩ ନାବାଳକଙ୍କ ମୃତଦେହ। ହେଲେ ସେମାନଙ୍କ ପରିଚୟ ମିଳିନାହିଁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ୩ ଜଣ ପିଲା ପରିବାର ଲୋକଙ୍କୁ କିଛି ନକହି ଘରୁ ପଳାଇ ଆସିଥିଲେ। ସେମାନେ କୂଳରେ ସାର୍ଟ ଓ ପ୍ୟାଣ୍ଟ ରଖି ଝିରିପାଣି ଥାନା ଅନ୍ତର୍ଗତ ଭାଟା ବସ୍ତି ନିକଟସ୍ଥ କୋଏଲ ନଦୀରେ ଗାଧୋଉ ଥିଲେ। ଅସାବଧାନତା ଯୋଗୁ ସେମାନେ ପାଣିରେ ଭାସି ଯାଇଥିବା ଅଭିଯୋଗ ହେଉଛି।

ତେବେ ଅପରାହ୍ନରେ ସେମାନଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ, ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକ ନାବାଳକଙ୍କ ମୃତଦେହକୁ ନଦୀରୁ ବାହାର କରିଥିଲେ। ମାତ୍ର ସେମାନଙ୍କ ପରିଚୟ ମିଳିପାରି ନାହିଁ। ସେମାନଙ୍କ ଘର ଭାଟା ବସ୍ତି ଅଞ୍ଚଳ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ପୂର୍ବରୁ ଅର୍ଥାତ ୨୦୧୯ ମସିହାରେ କୋଏଲ ନଦୀରେ ଜଣେ ଛାତ୍ର ଖସି ପଡ଼ିଥିଲେ। ଦୁଇଦିନ ପରେ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos