ସ୍କୁଟି ଉପରେ ମାଡ଼ିଗଲା ଟ୍ରକ୍‌; ତିନି ମୃତ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ପିଟିସି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଉପରେ ଏକ ଟ୍ରକ୍‌ ମାଡ଼ିଯିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦୀପକ ନାୟକ, କାଳିଆ ନାୟକ ଓ ଦିଲୀପ ନାୟକ। ସମସ୍ତଙ୍କ ଘର ତୁରଙ୍ଗ ଗାଁରେ ବୋଲି ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏ ତିନି ଜଣ ଦଣ୍ଡନାଚ ଦେଖି ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ଅନୁଗୋଳରୁ […]

accident1

accident1

Tapaswini Nayak
  • Published: Thursday, 11 April 2019
  • Updated: 11 April 2019, 10:12 AM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ପିଟିସି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଉପରେ ଏକ ଟ୍ରକ୍‌ ମାଡ଼ିଯିବାରୁ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦୀପକ ନାୟକ, କାଳିଆ ନାୟକ ଓ ଦିଲୀପ ନାୟକ। ସମସ୍ତଙ୍କ ଘର ତୁରଙ୍ଗ ଗାଁରେ ବୋଲି ଜଣାପଡ଼ିଛି।

truckଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏ ତିନି ଜଣ ଦଣ୍ଡନାଚ ଦେଖି ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ଅନୁଗୋଳରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଟ୍ରକ୍‌ଟି ସ୍କୁଟିକୁ ପ୍ରାୟ ଏକ କିଲୋମିଟର ଘୋଷାଡ଼ି ନେଇଥିଲା।

accident2ଦୀପକ ଓ କାଳିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦିଲୀପଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ସହିତ ସ୍କୁଟିକୁ ଜବତ କରିଛି ଏବଂ ଘଟଣାର ତଦନ୍ତ କରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos