ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଆଜି ହେଉଛି ଫ୍ରେଣ୍ଡସିପ୍ ଡେ’। ପ୍ରତି ବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାରରେ ଭାରତ ସମେତ ଅନ୍ୟ କିଛି ଦେଶରେ ଏହି ଦିବସ ପାଳନ କରାଯାଏ।
ତେବେ ପରସ୍ପରକୁ ହାପି ଫ୍ରେଣ୍ଡସିପ୍ ଡେ’ କହିବା ପୂର୍ବରୁ ଚାଲି ଯାଇଛି ତିନି ସାଙ୍ଗଙ୍କ ଜୀବନ। ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ଘଟିଛି।
ବଲାଙ୍ଗିର ଜିଲ୍ଲା ସାତମାଇଲ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ୩ ଜଣ ବନ୍ଧୁ ଏକ ବାଇକ୍ରେ ସୋନପୁରରୁ ବଲାଙ୍ଗିର ଆସୁଥିଲେ।
ସାତମାଇଲ୍ ନିକଟରେ ଏକ ଟ୍ରକ୍ ସହ ସେମାନଙ୍କର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ମୃତକ ମାଲପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ।
ପୁଲିସ୍ ଘଟଣାର ତଦନ୍ତ କରୁଛି। ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଛି। ଖବର ଲେଖାଯିବା ସୁଦ୍ଧା ମୃତକଙ୍କ ଶବ ବ୍ୟବଚ୍ଛେଦ ହୋଇ ନଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।
Miscellaneous
କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍ବେଗ ପ୍ରକାଶ କଲେ ହାଇକୋର୍ଟ
ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି, ସନ୍ଧ୍ୟା ୫ ଟା ହେଲେ ସହରବାସୀ କବାଟ ଓ ଝରକା ବନ୍ଦ କରି ଦେଉଛନ୍ତି।
Entertainment
ହିନ୍ଦୀ ସିନେମା ‘ସାବରମତୀ ରିପୋର୍ଟ’କୁ ଟିକସମୁକ୍ତ କଲେ ଓଡ଼ିଶା ସରକାର
ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ‘ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ।