ସାମାନ୍ୟ କାରଣରୁ ହାଣାହଣି

ସୋର (ଓଡ଼ିଶା ରିପୋର୍ଟର): ଦାଉଲି ଚୋଟରେ ଗୋଟିଏ ପରିବାରର ୩ ଆହତ ହୋଇଛନ୍ତି। ତାର ବରଡ଼ା ଉଠାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି ଏପରି ଘଟଣା। ବାହାନଗା ବ୍ଲକ ତାଳକୁରୁଣିଆ ଗାଁର ଶ୍ରୀଧର ବେହେରାଙ୍କ କିଆରିରେ ରଘୁନାଥ ଶଙ୍ଖୁଆ ତାଳ ବରଡ଼ା ପକାଇ ଥିଲେ। ବାରମ୍ୱାର ଅନୁରୋଧ ସତ୍ତ୍ୱେ ରଘୁନାଥ ବାରଡ଼ା ଉଠାଉନ ଥିଲେ। ଆଜି ଶ୍ରୀଧର, ତାଙ୍କ ପତ୍ନୀ ସୁକାନ୍ତି ଓ ପୁତ୍ର ମନୋରଞ୍ଜନ ତାର ବାରଡ଼ା […]

three injure in balasore

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 04:31 PM IST

ସୋର (ଓଡ଼ିଶା ରିପୋର୍ଟର): ଦାଉଲି ଚୋଟରେ ଗୋଟିଏ ପରିବାରର ୩ ଆହତ ହୋଇଛନ୍ତି। ତାର ବରଡ଼ା ଉଠାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି ଏପରି ଘଟଣା।

ବାହାନଗା ବ୍ଲକ ତାଳକୁରୁଣିଆ ଗାଁର ଶ୍ରୀଧର ବେହେରାଙ୍କ କିଆରିରେ ରଘୁନାଥ ଶଙ୍ଖୁଆ ତାଳ ବରଡ଼ା ପକାଇ ଥିଲେ। ବାରମ୍ୱାର ଅନୁରୋଧ ସତ୍ତ୍ୱେ ରଘୁନାଥ ବାରଡ଼ା ଉଠାଉନ ଥିଲେ। ଆଜି ଶ୍ରୀଧର, ତାଙ୍କ ପତ୍ନୀ ସୁକାନ୍ତି ଓ ପୁତ୍ର ମନୋରଞ୍ଜନ ତାର ବାରଡ଼ା ଉଠାଉ ଥିଲେ। ଏହି ସମୟରେ ରଘୁନାଥ ଶଙ୍ଖୁଆ, ଭାଗବତ ଶଙ୍ଖୁଆ ଓ ସସ୍ମିତା ଶଙ୍ଖୁଆ ମିଳିତ ଭାବେ ଦାଉଲିରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ  ଶ୍ରୀଧର, ସୁକାନ୍ତି ଓ ମନୋରଞ୍ଜନଙ୍କ ଶରୀରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସେମାନଙ୍କୁ ଗୁରୁତର ଆହତ ଅବସ୍ଥାରେ ଗୋପାଳପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଗୋପାଳପୁର ଫାଣ୍ଡି ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story