ପାର୍ସଲ ବକ୍ସ ଫାଟି ୩ ଗୁରୁତର; ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଦହପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଏକ ପାର୍ସଲ ବକ୍ସ ଫାଟିଯିବାରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନେ ହେଲେ ସଞ୍ଜୁଲତା ପ୍ରଧାନ, ଶର୍ମିଷ୍ଠା ପ୍ରଧାନ ଓ ଯଶୋବନ୍ତ ପ୍ରଧାନ। ଗତକାଲି ରାତି ପ୍ରାୟ ସାଢେ ୧୨ଟା ସମୟରେ ଏହି ଘଟଣା ଘଟିଛି। ଦହପଡ଼ାର ବୃନ୍ଦାବନ ପ୍ରଧାନଙ୍କ ଘର ବାରଣ୍ଡାରେ ଏକ ପାର୍ସଲ ବକ୍ସ ଥିବା ଦେଖି ତାକୁ ପଡ଼ୋଶୀ ଯଶୋବନ୍ତଙ୍କ ସହାୟତାରେ ସଞ୍ଜୁଲତା ଓ ଝିଅ ଶର୍ମିଷ୍ଠା ଖୋଲିବାକୁ ଚେଷ୍ଟା କରିଥିଲେ।  ଏହି […]

boma

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 08:27 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଦହପଡ଼ାରେ ଗତକାଲି ବିଳମ୍ବିତ ରାତିରେ ଏକ ପାର୍ସଲ ବକ୍ସ ଫାଟିଯିବାରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି।  ସେମାନେ ହେଲେ ସଞ୍ଜୁଲତା ପ୍ରଧାନ, ଶର୍ମିଷ୍ଠା ପ୍ରଧାନ ଓ ଯଶୋବନ୍ତ ପ୍ରଧାନ। ଗତକାଲି ରାତି ପ୍ରାୟ ସାଢେ ୧୨ଟା ସମୟରେ ଏହି ଘଟଣା ଘଟିଛି।

ଦହପଡ଼ାର ବୃନ୍ଦାବନ ପ୍ରଧାନଙ୍କ ଘର ବାରଣ୍ଡାରେ ଏକ ପାର୍ସଲ ବକ୍ସ ଥିବା ଦେଖି ତାକୁ ପଡ଼ୋଶୀ ଯଶୋବନ୍ତଙ୍କ ସହାୟତାରେ ସଞ୍ଜୁଲତା ଓ ଝିଅ ଶର୍ମିଷ୍ଠା ଖୋଲିବାକୁ ଚେଷ୍ଟା କରିଥିଲେ।  ଏହି ସମୟରେ ପାର୍ସଲ ବକ୍ସଟି ଫାଟିଯିବାରୁ ୩ଜଣ ଗୁରୁତର ଆହତ ହୋଇଥିଲେ।  ଆହତ ମାନଙ୍କୁ ତୁରନ୍ତ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ଅବସ୍ଥା ସଙ୍କଟାପନ୍ନ ହେବାରୁ ଶର୍ମିଷ୍ଠା ଓ ଯଶୋବନ୍ତଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତେବେ ପାର୍ସଲଟି କେଉଁଠୁ ଆସିଥିଲା । କିଏ ରଖିଥିଲା। କାହିଁକି ରଖିଥିଲା । ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story