ଦୁଇ ବାଇକ୍‌ ମୁହାଁ ମୁହିଁ ଧକ୍କା, ୩ମୃତ

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଘଷିପଡ଼ା ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାଧାକୃଷ୍ଣପୁର ଗାଁର ବୁଲୁ ସ୍ୱାଇଁ, ପିଲି ମଲ୍ଲିକ  ଓ ଭାଗିରଥି ମୁଳି।  ଆହତ ଯୁବକ ପ୍ରତାପଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଛନ୍ତି। ସୂଚନା ମୁତାବକ, ଗତକାଲି ରାତିରେ ଭାଗିରଥି ଓ ପ୍ରତାପ କାମ ସାରି […]

accident

  • Published: Friday, 21 October 2022
  • , Updated: 21 October 2022, 09:25 AM IST

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଘଷିପଡ଼ା ନିକଟରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରାଧାକୃଷ୍ଣପୁର ଗାଁର ବୁଲୁ ସ୍ୱାଇଁ, ପିଲି ମଲ୍ଲିକ  ଓ ଭାଗିରଥି ମୁଳି।  ଆହତ ଯୁବକ ପ୍ରତାପଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଛନ୍ତି।

ସୂଚନା ମୁତାବକ, ଗତକାଲି ରାତିରେ ଭାଗିରଥି ଓ ପ୍ରତାପ କାମ ସାରି ବାଇକ୍‌ ଯୋଗେ ସୋରଡାରୁ ଘରକୁ ଫେରୁଥିଲେ। ଏହି ସମୟରେ  ବିପରୀତ ପଟୁ ଦାରିଙ୍ଗବାଡିରୁ କାମ ସାରି ପିଲି ଓ ବୁଲୁ ନିଜ ଗାଁ ରାଧାକୃଷ୍ଣପୁରକୁ ଫେରୁଥିବା ବେଳେ ଘଷିପଡ଼ା ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଭାଗିରଥି ଓ ବୁଲୁଙ୍କର ମୃତ୍ୟୁ ଘଟିଥିବା ବେଳେ ପିଲି ଓ ପ୍ରତାପଙ୍କୁ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପିଲିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପ୍ରତାପ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୋରଡା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।

Related story