ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ବାଇକ୍‌ରେ ୩ ଜଣ ଘରକୁ ଫେରୁଥିବା ବେଳେ ମଝି ରାସ୍ତାରେ ଟାଟା ସୁମୋ ସହ ପିଟି ହୋଇଯିବା ଫଳରେ ବାଇକ୍‌ ସହିତ ଆରୋହୀ ଜୀଅନ୍ତା ଜଳି ଯାଇଥିଲେ। ଅନ୍ୟ ଜଣଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସନ୍ଧ୍ୟା ବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଞ୍ଚଳରେ ଘଟିଛି। ତାମନ୍ତରା ଗାଁର ଲେମ୍ୱୁ ଶବର, ଏରସମା ଶବର ଓ ବଳରାମ ଶବର ବାଇକ୍‌ରେ ପାରଳାଖେମୁଣ୍ଡିରୁ ଘରକୁ ଫେରୁଥିଲେ। ତେବେ ବଡ଼ଗାଁ […]

bike-accident

bike-accident

Manoranjan Sial
  • Published: Monday, 29 October 2018
  • Updated: 29 October 2018, 11:23 PM IST

Sports

Latest News

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ବାଇକ୍‌ରେ ୩ ଜଣ ଘରକୁ ଫେରୁଥିବା ବେଳେ ମଝି ରାସ୍ତାରେ ଟାଟା ସୁମୋ ସହ ପିଟି ହୋଇଯିବା ଫଳରେ ବାଇକ୍‌ ସହିତ ଆରୋହୀ ଜୀଅନ୍ତା ଜଳି ଯାଇଥିଲେ। ଅନ୍ୟ ଜଣଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସନ୍ଧ୍ୟା ବେଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଞ୍ଚଳରେ ଘଟିଛି।

ତାମନ୍ତରା ଗାଁର ଲେମ୍ୱୁ ଶବର, ଏରସମା ଶବର ଓ ବଳରାମ ଶବର ବାଇକ୍‌ରେ ପାରଳାଖେମୁଣ୍ଡିରୁ ଘରକୁ ଫେରୁଥିଲେ। ତେବେ ବଡ଼ଗାଁ ନିକଟରେ ସେମାନଙ୍କ ବାଇକ୍‌କୁ ଏକ ଟାଟା ସୁମୋ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ଆଉ ବାଇକ୍‌ ଚାଳକ ବଳରାମ ଶବର ଜୀବନ୍ତ ଜଳି ଯାଇଥିଲେ। ଅନ୍ୟ ୨ ଜଣ ଛିଟିକି ହୋଇ ରାସ୍ତା କଡ଼ରେ ପଡ଼ିଥିଲେ। ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos