ପୋଖରୀରେ ବୁଡ଼ିଗଲେ ୩ ନାବାଳିକା

ବାଲିଗୁଡ଼ା (ଅଜିତ ନାଏକ): ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି।  ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ଆଜି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ଗାଁର ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ରେଣୁକା ନାୟକ ଓ ନେନକା ନାୟକ ଏବଂ ପ୍ରକାଶ ସେନାପତିଙ୍କ ଝିଅ ନିଶା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ହେଲେ ସେମାନଙ୍କ […]

Drawn

Manoranjan Sial
  • Published: Wednesday, 27 March 2019
  • , Updated: 27 March 2019, 10:22 PM IST

ବାଲିଗୁଡ଼ା (ଅଜିତ ନାଏକ): ଶୌଚ ପାଇଁ ଯାଇ ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି।  ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ।

ଆଜି ସନ୍ଧ୍ୟାରେ ଦାରିଙ୍ଗବାଡ଼ି ବ୍ଲକ ପର୍ତମାହା ଗାଁର ବାୟାବନ୍ଧୁ ନାୟକଙ୍କ ଦୁଇ ଝିଅ ରେଣୁକା ନାୟକ ଓ ନେନକା ନାୟକ ଏବଂ ପ୍ରକାଶ ସେନାପତିଙ୍କ ଝିଅ ନିଶା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ହେଲେ ସେମାନଙ୍କ ପତ୍ତା ମିଳି ନ ଥିଲା।

ପରେ ପରିବାର ଲୋକେ ଦାରିଙ୍ଗବାଡ଼ି ଥାନାକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ଅଧିକାରୀମାନେ ପୋଖରୀରୁ ୩ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ମୃତ ୩ ନାବାଳିକାଙ୍କ ବୟସ ୭ରୁ ୮ ବର୍ଷ ମଧ୍ୟରେ ହେବ।

Related story