ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ଅସ୍ତ୍ର ସାଜିଛି ପ୍ଲାଜମା ଥେରାପି। ସରକାର ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦେଉଛନ୍ତି।  ଏଥିପାଇଁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ପ୍ଲାଜମା ଥେରାପି ବ୍ୟାଙ୍କ। କଟକ ଏସସିବି ମେଡିକାଲ କଲେଜ୍ ଏବଂ ରାଉରକେଲା ଆଇଜିଏଚ୍ ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦି‌ଆଯାଇଛି। […]

plagama

Tapaswini Nayak
  • Published: Saturday, 25 July 2020
  • , Updated: 25 July 2020, 11:12 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲାରେ ଅସ୍ତ୍ର ସାଜିଛି ପ୍ଲାଜମା ଥେରାପି। ସରକାର ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦେଉଛନ୍ତି।  ଏଥିପାଇଁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ପ୍ଲାଜମା ଥେରାପି ବ୍ୟାଙ୍କ।

କଟକ ଏସସିବି ମେଡିକାଲ କଲେଜ୍ ଏବଂ ରାଉରକେଲା ଆଇଜିଏଚ୍ ପରେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ବୁର୍ଲା ଭିମସାରରେ ପ୍ଲାଜମା ବ୍ୟାଙ୍କ ଖୋଲିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦି‌ଆଯାଇଛି। ଏଇ ତିନୋଟି ବ୍ୟାଙ୍କ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ୫ରେ ପହଞ୍ଚିବ।

ରାଜ୍ୟର ୧୩ ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଗଲାଣି। ପ୍ଲାଜମା ନେବା ପରେ ସମସ୍ତେ ଦ୍ରୁତ ଆରୋଗ୍ୟ ହେଉଛନ୍ତି। ତେବେ ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ରୋଗୀ ପୂରା ସୁସ୍ଥ ହୋଇଛନ୍ତି। ତାଙ୍କ ଘର କଟକରେ ବୋଲି ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଥିଲା। କଟକ ଏସ୍‌ସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦ୍‌ଘାଟନ କରିଥିଲେ। ଏହାପରେ ୨୧ ତାରିଖରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ପ୍ଲାଜମା ଥେରାପି ଶୁଭାରାମ୍ଭ କରାଯାଇଥିଲା।

Related story