ଉମରକୋଟ (କାର୍ତ୍ତିକ ମଲ୍ଲିକ): ଏକ ପାଠଚକ୍ରରେ ଯୋଗଦେବା ପାଇଁ ସ୍କୁଲ ପିଲାଙ୍କ ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯାଉଥିବା ବେଳେ ଘାଟି ରାସ୍ତାରେ ହଠାତ୍ ସେମାନଙ୍କ ବସ୍ଟି ଓଲଟି ପଡ଼ିବାରୁ ୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି।
ପୂରା ଘଟଣା ଏମିତି। ଆଜି ଚନ୍ଦାହାଣ୍ଡି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଜିଲ୍ଲାସ୍ତରୀୟ ପାଠଚକ୍ର ଆୟୋଜିତ ହେଉଥିଲା। ଏଥିରେ ଯୋଗଦେବା ପାଇଁ ଉମରକୋଟ ଓ ଝରିଗାଁରୁ ୩୫ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏକ ବସ୍ରେ ଆସୁଥିଲେ। ତେବେ ଗାଡ଼ି ଚାଳକଙ୍କ ଅସାବଧାନତା ଯୋଗୁ ବସ୍ଟି ଚନ୍ଦାହାଣ୍ଡି ଘାଟିରେ ଓଲଟି ପଡ଼ିଥିଲା। ଫଳରେ ନବରଙ୍ଗପୁରର ଅବସରପ୍ରାପ୍ତ ଶିକ୍ଷକ ଲଳିତ ମୋହନ ପଟ୍ଟନାୟକ, ଉମରକୋଟ ସରକାରୀ ବିଦ୍ୟାଳୟର ରୀନା ନାୟକ ଓ ଅରବିନ୍ଦ ବିଦ୍ୟାଳୟର ନିରଞ୍ଜନ ନାୟକଙ୍କ ମୃତ୍ୟୁ ଘଟିଛି।
ଏଥିରେ ୧୭ ଜଣଙ୍କ ଗୁରୁତରଙ୍କୁ ଉଦ୍ଧାର କରି ଆହତ ହୋଇଛନ୍ତି। ଝରିଗାଁ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଆହତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।