ଧନରେ ନୁହେଁ ମନରେ କୋଟିପତି: ନିଜ ଖର୍ଚ୍ଚରେ ଏମାନେ ଗରିବଙ୍କ ପାଇଁ କରୁଛନ୍ତି ମାସ୍କ ତିଆରି

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ସେମାନେ କୌଣସି ଧନୀଘରର ନୁହନ୍ତି କିମ୍ବା ମୋଟା ଅଙ୍କର ଅର୍ଥ ଆୟ କରୁଥିବା କୋଟିପତି ନୁହନ୍ତି। ଧନରେ ହୋଇ ନଥିଲେ ମଧ୍ୟ ମନରେ ସେମାନେ ଯେ, କୋଟିପତି ତାହା ସେମାନେ ପ୍ରମାଣ କରାଯାଇ ଦେଇଛନ୍ତି। ଆମେ କହୁଛୁ କେତେକ ମହିଳାଙ୍କ କଥା। ଯେଉଁମାନେ ନିଜ ଖର୍ଚ୍ଚରେ ଗରିବଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି। ମାସ୍କ ତିଆରି କରି ମାଗଣାରେ ବିତରଣ କରୁଛନ୍ତି ବାଲେଶ୍ୱର ସହରର ତିନିଜଣ ମହିଳା। କରୋନା ଭଳି ମହାମାରୀ ସମୟରେ […]

b9098

Tapas Behera
  • Published: Thursday, 09 April 2020
  • , Updated: 09 April 2020, 04:59 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ସେମାନେ କୌଣସି ଧନୀଘରର ନୁହନ୍ତି କିମ୍ବା ମୋଟା ଅଙ୍କର ଅର୍ଥ ଆୟ କରୁଥିବା କୋଟିପତି ନୁହନ୍ତି। ଧନରେ ହୋଇ ନଥିଲେ ମଧ୍ୟ ମନରେ ସେମାନେ ଯେ, କୋଟିପତି ତାହା ସେମାନେ ପ୍ରମାଣ କରାଯାଇ ଦେଇଛନ୍ତି। ଆମେ କହୁଛୁ କେତେକ ମହିଳାଙ୍କ କଥା। ଯେଉଁମାନେ ନିଜ ଖର୍ଚ୍ଚରେ ଗରିବଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି। ମାସ୍କ ତିଆରି କରି ମାଗଣାରେ ବିତରଣ କରୁଛନ୍ତି ବାଲେଶ୍ୱର ସହରର ତିନିଜଣ ମହିଳା।

କରୋନା ଭଳି ମହାମାରୀ ସମୟରେ ଗରିବଙ୍କୁ ମାଗଣା ମାସ୍କ ବାଣ୍ଟି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ସେମାନଙ୍କ ରୋଜଗାର କହିଲେ ନିଜ ଦକ୍ଷତା ଓ ବୁଦ୍ଧି ବଳରେ କାମଧନ୍ଦା କରି ଆତ୍ମନିର୍ଭରଶୀଳ ହୋଇ ପରିବାର ପ୍ରତିପୋଷଣ କରନ୍ତି। ହେଲେ କରୋନା ଭଳି ବିପତ୍ତି ସମୟରେ ନିଜ ଖର୍ଚ୍ଚରୁ କାଟି ସେମାନେ ଯେଉଁ ମହାନତା ଦେଖାଇଛନ୍ତି ତାହା ବେଶ ପ୍ରଶଂସନୀୟ ହୋପାରିଛି।

ମାସ୍କ ତିଆରି ପାଇଁ କାହାଠାରୁ ସାହାଯ୍ୟ କିମ୍ବା ସହାୟତା ନନେଇ ସେମାନେ ନିଜ ଅର୍ଥରେ ଏହି ମାସ୍କ ତିଆରି କରୁଛନ୍ତି। ଏମାନେବି କୌଣସି ସ୍ୱଂୟସହାୟକ ଗୋଷ୍ଠୀ ନୁହନ୍ତି। ନିଜ ଅର୍ଥରେ ବଜାରରୁ କପଡ଼ା କିଣି ତାକୁ ଘରେ ଟେଲରିଂ କରି ମାସ୍କ ତିଆରି କରୁଛନ୍ତି। ଏବେ ସୁଦ୍ଧା ସେମାନେ ୫୦୦୦ରୁ ଅଧିକ ମାସ୍କ ତିଆରି କରି ସାଧାରଣ ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ଉଦ୍ଦେଶ୍ୟ ହେଉଛି ସମସ୍ତେ ମାସ୍କ ବ୍ୟବହାର କରନ୍ତୁ ଏବଂ ମହାମାରୀ କରୋନାରୁ ମୁକ୍ତ ରୁହନ୍ତୁ। ଏହି ମହିଳାମାନେ କହିଛନ୍ତି ଯେ, ଯେଉଁ ଗରିବ ମାନେ ଏହି ମାସ୍କ କିଣିବାକୁ ସକ୍ଷମ ନୁହନ୍ତି ସେମାନଙ୍କୁ ଆମେ ମାସ୍କ ଯୋଗାଇ ଦେଉଛେ।  କାରଣ ମାସ୍କ ବ୍ୟବହାର ଜରୁରୀ ହୋଇଥିବାରୁ ଆର୍ଥିକ ଅକ୍ଷମତା ଯୋଗୁ ସେମାନେ କିଣି ପାରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ ଆମେ ଏଭଳି ଏକ ପଦକ୍ଷେପ ନେଇଛୁ।

ସେମାନେ କହିଛନ୍ତି ଯେ, ଆମ ଭିତରୁ କାହାର ପାର୍ଲର ଅଛି କାହାର ବୋଟିକ୍‌ ଅଛି। ଯାହା ସଞ୍ଚୟ କରିଥିଲୁ ସେଥିରୁ କିଛି ଅର୍ଥ ଏକାଠି କରି ଆମେ ଏହି ମାସ୍କ ତିଆରିରେ ଲଗେଇଛୁ। କାରଣ କେତେକ ଅଞ୍ଚଳରେ ମାସ୍କ ନପିନ୍ଧିଲେ ପ୍ରଶାସନ ପକ୍ଷରୁ ଜରିମାନା ବ୍ୟବସ୍ଥା କରାଗଲାଣି। ଏହି ନିୟମ ଉଲ୍ଲଂଘନ କରୁଥିଲେ ସହରାଞ୍ଚଳରେ ୧୦୦୦ ଟଙ୍କା ଜରିମାନା ଓ ଗ୍ରାମାଞ୍ଚଳରେ ୫୦୦ ଟଙ୍କା ଜରିମାନା ବ୍ୟବସ୍ଥା ହେଲାଣି। ତେଣୁ ଅନ୍ୟମାନଙ୍କ ପାଇଁ ଏହି ମହିଳାମାନେ ପ୍ରତିଦିନ ହଜାର ହଜାର ମାସ୍କ ତିଆରି କରୁଛନ୍ତି।  ଏଭଳି ପରିସ୍ଥିତିରେ ଏମାନଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ହୋଇପଡ଼ିଛି।

Related story