ଛେଳିକୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲେ ୩ ମହିଳା

ତେଲକୋଇ(ଚିନ୍ମୟ କୁମାର ସାହୁ): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ପରେ ଜଣେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏପରି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିରେ ଘଟିଛି। ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିର ସାହିର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧି ଜୁଆଙ୍ଗ(୪୫), ସିଙ୍ଗା ଜୁଆଙ୍ଗ ଙ୍କ ପତ୍ନୀ କାଠି ଜୁଆଙ୍ଗ(୬୨) ଓ […]

electric-shock

electric-shock

Manoranjan Sial
  • Published: Saturday, 22 October 2022
  • Updated: 22 October 2022, 03:46 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ପରେ ଜଣେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏପରି ଦୁଃଖଦ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିରେ ଘଟିଛି।

ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗ ସାହିର ସାହିର ମଗିଶିରିଆ ଜୁଆଙ୍ଗଙ୍କ ପତ୍ନୀ ନିରାଧି ଜୁଆଙ୍ଗ(୪୫), ସିଙ୍ଗା ଜୁଆଙ୍ଗ ଙ୍କ ପତ୍ନୀ କାଠି ଜୁଆଙ୍ଗ(୬୨) ଓ କୁନା ଜୁଆଙ୍ଗଙ୍କ ପତ୍ନୀ ମଞ୍ଜରୀ ଜୁଆଙ୍ଗ(୩୫) ଆଜି ସକାଳେ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଅପରାହ୍ନରେ ଛେଳି ଚରାଇ ଏମାନେ ଘରକୁ ଫେରୁଥିଲେ। ତେବେ ଗାଁ ପାର୍ଶ୍ୱରେ ଦୁଇ ଚାଷୀ ନିଜ ପରିବା ଚାଷ ଜମିକୁ ନେଇଥିବା ବିଦ୍ୟୁତ ତା’ର ଛିଣ୍ଡି ରାସ୍ତାରେ ପଡ଼ିଥିଲା। ଠିକ୍‌ ସେହି ସମୟରେ ଗୋଟିଏ ଛେଳି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ଛେଳିକୁ ବଞ୍ଚାଇବାକୁ ଯାଇ ଜଣେ ପରେ ଜଣେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି।

ତେବେ ପ୍ରକାଶ ଥାଉକି, ଜଙ୍ଗଲ ମଧ୍ୟରେ ବେଆଇନ୍‌ ଭାବେ ବିଦ୍ୟୁତ୍ ତାର ଟଣା ଯାଇଥିଲେ ସୁଦ୍ଧା, ଏଥିପ୍ରତି ବିଦ୍ୟୁତ ବିଭାଗ ଓ ବନ ବିଭାଗର ନିଘା ନଥିବା ଅଭିଯୋଗ ହୋଇଛି। ଉଭୟ ବିଭାଗର ଦାୟିତ୍ଵହୀନତା ଯୋଗୁ ଆଜି ତିନି ତିନିଟି ମୂଲ୍ୟବାଦ ଜୀବନ ଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos