ବିଦ୍ୟୁତ୍ ଆଘାତରେ ଚାଲିଗଲା ଶାଶୂ ଓ ଦୁଇ ବୋହୂଙ୍କ ଜୀବନ

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବେତେଇ ଗାଁରେ ଆଜି ବିଦ୍ୟୁତ୍‌ ଆଘାତରେ ଜଣେ ମହିଳା ଓ ତାଙ୍କର ଦୁଇ ବୋହୂଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୀତା ମଲ୍ଲିକ (ଶାଶୂ), ନନ୍ଦିତା ମଲ୍ଲିକ (ବଡ଼ ବୋହୂ) ଓ ପୁଷ୍ପଲତା ମଲ୍ଲିକ (ସାନ ବୋହୂ) । ଆଜି ସକାଳେ ନନ୍ଦିତା ଗାଧୋଇ ସାରି ଓଦା ଲୁଗାକୁ ଘର ସାମ୍ନା ଅଗଣାରେ ବନ୍ଧାଯାଇଥିବା ବିଦ୍ୟୁତ୍ ତାରରେ ଶୁଖାଉଥିଲେ। ତେବେ ତାରଟି କଟି ଯାଇଥିବାରୁ ତାଙ୍କୁ […]

deadbody

Tapaswini Nayak
  • Published: Friday, 25 October 2019
  • , Updated: 25 October 2019, 02:07 PM IST

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ବେତେଇ ଗାଁରେ ଆଜି ବିଦ୍ୟୁତ୍‌ ଆଘାତରେ ଜଣେ ମହିଳା ଓ ତାଙ୍କର ଦୁଇ ବୋହୂଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସୀତା ମଲ୍ଲିକ (ଶାଶୂ), ନନ୍ଦିତା ମଲ୍ଲିକ (ବଡ଼ ବୋହୂ) ଓ ପୁଷ୍ପଲତା ମଲ୍ଲିକ (ସାନ ବୋହୂ) ।

ଆଜି ସକାଳେ ନନ୍ଦିତା ଗାଧୋଇ ସାରି ଓଦା ଲୁଗାକୁ ଘର ସାମ୍ନା ଅଗଣାରେ ବନ୍ଧାଯାଇଥିବା ବିଦ୍ୟୁତ୍ ତାରରେ ଶୁଖାଉଥିଲେ। ତେବେ ତାରଟି କଟି ଯାଇଥିବାରୁ ତାଙ୍କୁ କରେଣ୍ଟ ମାରିଥିଲା। ସେ ଚିତ୍କାର କରିବାରୁ ତାଙ୍କ ଶାଶୂ ସୀତା ଓ ଯାଆ ପୁଷ୍ପଲତା ତାଙ୍କୁ ବଞ୍ଚାଇବାକୁ ଦୌଡ଼ି ଯାଇଥିଲେ। ନନ୍ଦିତାଙ୍କୁ ଧରି ସେମାନେ ବି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସାଲେପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିବାରକୁ ପ୍ରଶାସନ ସହାୟତା ଯୋଗାଇ ଦେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

Related story