ଚରମ ସୀମାରେ ଟିକେଟ କଳି: ଏକଘରିଆ ପିସିସି ସଭାପତି ନିରଞ୍ଜନ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସର ଟିକେଟ କନ୍ଦଳ ଚରମ ସୀମାରେ ପହଞ୍ଚିଛି। କେତେବେଳେ କଂଗ୍ରେସ କାର୍ଯ୍ୟାଳୟ ତ’ ଆଉ କେତେବେଳେ ପିସିସି ସଭାପତିଙ୍କ ବାସଭବନରେ ଧାରଣା, ବିକ୍ଷୋଭ ଓ ସ୍ଲୋଗାନ ବାଜି । ଟିକେଟ ବଣ୍ଟାକୁ ନେଇ  ଅସନ୍ତୋଷ ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ପିସିସି ସଭାପତିଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକଦମ ଏକ ଘରିକିଆ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଦଳକୁ ବଳ ଦେବା ଲାଗି ଉଦ୍ଦିଷ୍ଟ ମହିଳା କଂଗ୍ରେସ, […]

cong

cong

Tapas Behera
  • Published: Monday, 08 April 2019
  • Updated: 08 April 2019, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସର ଟିକେଟ କନ୍ଦଳ ଚରମ ସୀମାରେ ପହଞ୍ଚିଛି। କେତେବେଳେ କଂଗ୍ରେସ କାର୍ଯ୍ୟାଳୟ ତ’ ଆଉ କେତେବେଳେ ପିସିସି ସଭାପତିଙ୍କ ବାସଭବନରେ ଧାରଣା, ବିକ୍ଷୋଭ ଓ ସ୍ଲୋଗାନ ବାଜି । ଟିକେଟ ବଣ୍ଟାକୁ ନେଇ  ଅସନ୍ତୋଷ ଏଭଳି ସ୍ଥିତିରେ ପହଞ୍ଚିଛି ଯେ, ପିସିସି ସଭାପତିଙ୍କ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକଦମ ଏକ ଘରିକିଆ ହେବା ପରିସ୍ଥିତି ସୃଷ୍ଟି ହୋଇଛି।

ଦଳକୁ ବଳ ଦେବା ଲାଗି ଉଦ୍ଦିଷ୍ଟ ମହିଳା କଂଗ୍ରେସ, ଯୁବ କଂଗ୍ରେସ, ସେବା ଦଳ ଓ ଏସିସେଲ୍ ଭଳି ଛାମୁଆ ସଂଗଠନ ପିସିସିରୁ ମୁହଁ ଫେରାଇ ନେଇଥିବା ଚର୍ଚ୍ଚା ହେଉଛି । ମହିଳା ସଭାନେତ୍ରୀଙ୍କ ଭଳି ପ୍ରମୁଖ ବ୍ୟକ୍ତିଙ୍କୁ ଟିକେଟ ମିଳିନଥିବା ବେଳେ ନିରଞ୍ଜନ ନିଜେ ଦୁଇଟି ଆସନରେ ଠିଆ ହେବା ସହ ପୁଅ ନବଜ୍ୟୋତିଙ୍କୁ ବାଲେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ କରାଇବା ଦଳୀୟ ନେତୃତ୍ୱ ପ୍ରତି ବୁମେରାଂ ହେବ ବୋଲି କୁହାଯାଉଛି। ଦଳୀୟ କର୍ମୀ ଓ ନେତା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ରହି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ପରିବର୍ତ୍ତେ ଭୁବନେଶ୍ୱରରେ ଆସି ଭିଡ଼ ଜମାଉଛନ୍ତି । ଟିକେଟ ନପାଇ ଅସନ୍ତୁଷ୍ଟ ଥିବା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ସିଧାସଳଖ ନିରଞ୍ଜନଙ୍କୁ ଟାର୍ଗେଟ୍ କରିଛନ୍ତି।  ନିରଞ୍ଜନ ଓ ତାଙ୍କ ପୁଅ ଶକୁନି ସାଜି ଦଳ ଉପରେ ବଦ୍‌ଲା ନେଉଥିବା ସେ ଅଭିଯୋଗ କରିଛନ୍ତି।

ଟିକେଟ ନପାଇ ନିରାଶ ହେବା ପରେ ଯୁବ କଂଗ୍ରେସ ସଭାପତି ବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଟିକେଟ ମିଳିନଥିବାରୁ କୌଣସି ନିର୍ବାଚନୀ କାମରେ ସାମିଲ ହେବ ନାହିଁ ବୋଲି କଂଗ୍ରେସ ସେବା ଦଳ ସ୍ପଷ୍ଟ ଭାବେ କହିଦେଇଛି। ଟିକେଟ ନପାଇବା କାରଣକୁ ନେଇ  କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ବି ପିସିସି  ସଭାପତିଙ୍କ ଉପରେ ବର୍ଷିଛନ୍ତି । ଟିକେଟ ବଣ୍ଟନରେ ଅସନ୍ତୋଷକୁ ନେଇ ପିସିସି ଏସ୍‌ସି ସେଲ୍ ଅଧ୍ୟକ୍ଷ ବିଭୂ ତରାଇ ପୂର୍ବରୁ ଦଳ ଛାଡ଼ି ବିଜେପିରେ ମିଶି ସାରିଥିବା ବେଳେ କଂଗ୍ରେସରେ ଟିକେଟ କଳି ଥମିବା ବଦଳରେ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି । ତେବେ ସମସ୍ତ ଅଭିଯୋଗକୁ ପିସିସି ମୁଖିଆ ଅତି ହାଲୁକା ଭାବେ ନେଇଛନ୍ତି। ଟିକେଟ ବଣ୍ଟନକୁ ନେଇ ଘମାସାନ୍ ଭିତରେ ଦଳୀୟ ପ୍ରାର୍ଥୀ କେଉଁ ମୁଦ୍ଦା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ଓ ଦଳକୁ କେତେ ସମର୍ଥନ ମିଳୁଛି ତାହା ଦେଖିବାକୁ ବାକ ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story