ହାତରେ ଅଛି ୩ ଘଣ୍ଟା ସମୟ, ଟିକେଟ ପାଇଁ ନିରଞ୍ଜନଙ୍କ ଘରେ ବସିଲେ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଟିକେଟ ବଣ୍ଟନକୁ ନେଇ ହଟଚମଟ ଜାରି ରହିଛି। ଏମିତିକି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଲାଗି ହାତରେ ଆଉ ମାତ୍ର ୩ ଘଣ୍ଟା ସମୟ ଥିବା ବେଳେ ଏଯାଏଁ ପ୍ରାର୍ଥୀଙ୍କୁ ଟିକେଟ ମିଳିନି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ତେବେ ଧର୍ମଶାଳା ବିଧାନସଭା ଆସନ ପାଇଁ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ଏ ଯାଏଁ ଟିକେଟ ଦିଆଯାଇ […]

578

578

Tapas Behera
  • Published: Tuesday, 09 April 2019
  • Updated: 09 April 2019, 02:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଟିକେଟ ବଣ୍ଟନକୁ ନେଇ ହଟଚମଟ ଜାରି ରହିଛି। ଏମିତିକି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଲାଗି ହାତରେ ଆଉ ମାତ୍ର ୩ ଘଣ୍ଟା ସମୟ ଥିବା ବେଳେ ଏଯାଏଁ ପ୍ରାର୍ଥୀଙ୍କୁ ଟିକେଟ ମିଳିନି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ।

ତେବେ ଧର୍ମଶାଳା ବିଧାନସଭା ଆସନ ପାଇଁ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ଏ ଯାଏଁ ଟିକେଟ ଦିଆଯାଇ ନାହିଁ। ଦୁଇ ଦିନ ତଳେ ଧର୍ମଶାଳା ପାଇଁ ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ।

ସ୍ମୃତିରେଖା ପହିଙ୍କ ଜାଗାରେ କିଷାନଙ୍କ ନାଁ ଘୋଷଣା ହୋଇଥିଲା। ନାଁ ଘୋଷଣା ହୋଇଥିଲେ ବି କିଷାନଙ୍କୁ ଟିକେଟ ମିଳିପାରିନାହିଁ। ଟିକେଟ ପାଇଁ ଏବେ ପିସିସି ସଭାପତିଙ୍କ ଘରେ ବସିଛନ୍ତି କିଷାନ। ନାମାଙ୍କନ ଦାଖଲ ପାଇଁ ଆଜି ଆଉ ମାତ୍ର ୩ ଘଣ୍ଟା ସମୟ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos