ରାତିରେ ଥାନାକୁ ଆସିଲେ ବାଘ, ଗାଡି ଉପରେ କଲେ ଡ୍ୟାନ୍ସ!

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ରାତିରେ ଥାନା ଆସିଥିଲେ ଦୁଇ କଲରାପତରିଆ ବାଘ ଛୁଆ ଆଉ ଥାନାବାବୁଙ୍କ କାର୍‌ ଉପରେ ଡ୍ୟାନ୍ସ କରି ପଳାଇ ଗଲେ। ଏପରି ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଆମପାଣି ଥାନାରେ ଦେଖିବାକୁ ମିଳିଛି। ବାଘ ଛୁଆଙ୍କ ଡ୍ୟାନ୍ସ ସିସିଟିଭିରେ କଏଦ ହୋଇଛି। ପୂରା ଘଟଣା ଏମିତି। ଗୁରୁବାର ରାତିରେ ଆମପାଣି ଥାନା କର୍ମଚାରୀମାନେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଏହି ସମୟରେ ଦୁଇ କଲରାପତରିଆ ବାଘ ଛୁଆ ଥାନା ପରିସରରେ ପଶି ଯାଇଥିଲେ। ପରେ ଥାନା […]

tiger

tiger

Manoranjan Sial
  • Published: Friday, 15 January 2021
  • Updated: 15 January 2021, 06:04 PM IST

Sports

Latest News

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ରାତିରେ ଥାନା ଆସିଥିଲେ ଦୁଇ କଲରାପତରିଆ ବାଘ ଛୁଆ ଆଉ ଥାନାବାବୁଙ୍କ କାର୍‌ ଉପରେ ଡ୍ୟାନ୍ସ କରି ପଳାଇ ଗଲେ। ଏପରି ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଆମପାଣି ଥାନାରେ ଦେଖିବାକୁ ମିଳିଛି। ବାଘ ଛୁଆଙ୍କ ଡ୍ୟାନ୍ସ ସିସିଟିଭିରେ କଏଦ ହୋଇଛି।

ପୂରା ଘଟଣା ଏମିତି। ଗୁରୁବାର ରାତିରେ ଆମପାଣି ଥାନା କର୍ମଚାରୀମାନେ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଏହି ସମୟରେ ଦୁଇ କଲରାପତରିଆ ବାଘ ଛୁଆ ଥାନା ପରିସରରେ ପଶି ଯାଇଥିଲେ। ପରେ ଥାନା ଗୁଡ଼ି ଉପରେ ଡ୍ୟାନ୍ସ କରିଥିଲେ। ଏପରିକି ଗାଡ଼ିକୁ ସ୍କ୍ରଚ କରି ପଳାଇ ଯାଇଥିଲେ। ଥାନା ଗାଡ଼ିରେ ହୋଇଥିବା ଚିହ୍ନ ଦେଖି ପୁଲିସ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ।

ଆଜି ବନ କର୍ମଚାରୀ ଥାନାକୁ ଆସି ବାଘ ଛୁଆର ପଦ ଚିହ୍ନକୁ ଚିହ୍ନିଥିଲେ। ଏପରିକି ଦୁଇ ବାଘ ଛୁଆଙ୍କ ଡ୍ୟାନ୍ସ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଥିଲା। ଛୁଆ ଆସିଥିବାରୁ ବାଘ ଆସିଥିବା ସନ୍ଦେହ କରି ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଛି। ରାତିରେ ଘରୁ ଏକୁଟିଆ ନବାହାରିବା ପାଇଁ ପରାମର୍ଶ ଦେଇଛି ବନ ବିଭାଗ।

ସୂଚନାରୁ ପ୍ରକାଶ, କିଛି ଦିନ ତଳେ ଜଣେ ବ୍ୟକ୍ତି କାରରେ ଜୟପୁରରୁ ଆସିଥିଲେ। ଏହି ସମୟରେ ଆମପାଣି ଘଟି ରାସ୍ତାରେ ଗୋଟିଏ କଲରାପତରିଆ ବାଘ ବସିଥିବା ଦେଖିବାକୁ ମିଳିଥିଲା। କାର ଚାଳକ ବାଘର ଭିଡିଓ ସୁଟିଂ କରିଥିଲେ। ଏହା ପରେ ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos