ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବା ବାଘ ଗଣନା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ରାଜ୍ୟରେ ବାଘ ଗଣନା। ସପ୍ତାହେ ବ୍ୟାପି ଚାଲିବାକୁ ଥିବା ଏହି ବାଘ ଗଣନା ପାଇଁ ସମସ୍ତ ବନ୍ୟପ୍ରାଣୀ ଡିଭିଜନ୍&zwnj;ରେ ଅଧିକାରୀମାନେ ପ୍ରଶିକ୍ଷଣ ନେଇଛନ୍ତି। ଚଳିତ ଥର ବାଘ ଗଣନା ସମୟରେ ୯୦୦ କ୍ୟାମେରା ବ୍ୟବହାର କରାଯିବ। ଏଥିସହିତ ବାଘର ପାଦଚିହ୍ନ ଆଦିକୁ ମଧ୍ୟ ଗଣନା ପ୍ରକ୍ରିୟାରେ ସାମିଲ କରାଯିବ। ଏହି ସମୟରେ ମହାବଳ ବାଘ ସହିତ ହେଟାବାଘ ମଧ୍ୟ ଗଣନା ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।</p> <p>ଓଡ଼ିଶାରେ ବାଘ ଗଣନା ସରିବା ପରେ ଏହି ରିପୋର୍ଟକୁ କେନ୍ଦ୍ରକୁ ପଠାଯିବ ଏବଂ ସେଠାରେ ଆକଳନ ଶେଷ ହେବା ପରେ ରାଜ୍ୟରେ କେତେ ବାଘ ଅଛନ୍ତି ସେନେଇ ଚୂଡ଼ାନ୍ତ ହିସାବ ପ୍ରକାଶ ପାଇବ। ଗତଥର ଗଣନାରେ ରାଜ୍ୟରେ ମୋଟ ୪୦ଟି ବାଘ ଥିବା ଜଣାପଡ଼ିଥିଲା। ତେବେ ଚଳିତବର୍ଷ ଶିମିଳିପାଳ ଓ ରାୟଗଡ଼ା ଆଦି ଅଞ୍ଚଳରେ ବାଘ ବୁଲୁଥିବା ଖବର ଆସିଥିବାରୁ ଏହି ବଢ଼ିବ ବୋଲି ଆଶା କରାଯାଉଛି।</p>

Ordigital Desk
  • Published: Thursday, 15 February 2018
  • Updated: 15 February 2018, 07:16 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ରାଜ୍ୟରେ ବାଘ ଗଣନା। ସପ୍ତାହେ ବ୍ୟାପି ଚାଲିବାକୁ ଥିବା ଏହି ବାଘ ଗଣନା ପାଇଁ ସମସ୍ତ ବନ୍ୟପ୍ରାଣୀ ଡିଭିଜନ୍&zwnj;ରେ ଅଧିକାରୀମାନେ ପ୍ରଶିକ୍ଷଣ ନେଇଛନ୍ତି। ଚଳିତ ଥର ବାଘ ଗଣନା ସମୟରେ ୯୦୦ କ୍ୟାମେରା ବ୍ୟବହାର କରାଯିବ। ଏଥିସହିତ ବାଘର ପାଦଚିହ୍ନ ଆଦିକୁ ମଧ୍ୟ ଗଣନା ପ୍ରକ୍ରିୟାରେ ସାମିଲ କରାଯିବ। ଏହି ସମୟରେ ମହାବଳ ବାଘ ସହିତ ହେଟାବାଘ ମଧ୍ୟ ଗଣନା ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ କୁମାର ମହାପାତ୍ର ସୂଚନା ଦେଇଛନ୍ତି।</p><p>ଓଡ଼ିଶାରେ ବାଘ ଗଣନା ସରିବା ପରେ ଏହି ରିପୋର୍ଟକୁ କେନ୍ଦ୍ରକୁ ପଠାଯିବ ଏବଂ ସେଠାରେ ଆକଳନ ଶେଷ ହେବା ପରେ ରାଜ୍ୟରେ କେତେ ବାଘ ଅଛନ୍ତି ସେନେଇ ଚୂଡ଼ାନ୍ତ ହିସାବ ପ୍ରକାଶ ପାଇବ। ଗତଥର ଗଣନାରେ ରାଜ୍ୟରେ ମୋଟ ୪୦ଟି ବାଘ ଥିବା ଜଣାପଡ଼ିଥିଲା। ତେବେ ଚଳିତବର୍ଷ ଶିମିଳିପାଳ ଓ ରାୟଗଡ଼ା ଆଦି ଅଞ୍ଚଳରେ ବାଘ ବୁଲୁଥିବା ଖବର ଆସିଥିବାରୁ ଏହି ବଢ଼ିବ ବୋଲି ଆଶା କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos