ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ରୁ ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଛି ବନବିଭାଗ । ଜବତ ବାଘ ଛାଲଟି କେଉଁ ବାଘର ସେ ନେଇ ଯାଞ୍ଚ ଚାଲିଛ । କିଛି ମାସ ପୂର୍ବେ ବରଗଡରେ ୨ଜଣ ବନ ଅଧିକାରୀ କ୍ୟାମେରାରେ ଗୋଟିଏ ବାଘକୁ ଠାବ କରିଥିଲେ । ତେବେ କ୍ୟାମେରାରେ ଯେଉଁ ବାଘ ଠାବ ହୋଇଥିଲା ଜବତ ଛାଲଟି ତାହାର କି ନୁହେଁ ସେନେଇ ତଦନ୍ତ ଚାଲିଛି ।
ସେପଟେ ଜବତ ବାଘ ଛାଲରେ ଗୁଳିମାଡର କ୍ଷତ ଚିହ୍ନ ରହିଛି । ଏଣୁ ବାଘକୁ ଗୁଳି କରି ଶିକାର କରାଯାଇଥିବା ସ୍ପଷ୍ଟ ହେବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଖୋଲତାଡ ଆରମ୍ଭ କରିଛି । ଏହି ଘଟଣାରେ ଏସଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଭିତରୁ ସତ୍ୟବାନ ସାହୁ ପୂର୍ବରୁ ବାଘ ଶିକାରରେ ସଂପୃକ୍ତ ଥିଲା । ୨୦୧୮ ବରଗଡ଼ ଡିଭିଜନର ଭଟଲି ରେଞ୍ଜ ଅଧିନ ଖଜୁରିଆ ଗାଁରେ ଗୋଟିଏ ମହାବଳ ବାଘ ଶିକାର କରିବା ଅଭିଯୋଗରେ ଧରାପଡ଼ି ଜେଲ୍ ଯାଇଥିଲା। ଜେଲରୁ ଫେରିବା ପରେ ସତ୍ୟବାନ ପୁଣି ବାଘ ଶିକାର କରିଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।