ଗାଁ ଲୋକଙ୍କ ନିଦ ହଜାଇ ଦେଇଛି ‘ସୁନ୍ଦରୀ’, ସଞ୍ଜ ନଇଁଲେ ପଡ଼ିଯାଉଛି ତାଟି କବାଟ

ଅନୁଗୋଳ (ବିରଜା ଦାସ): ସାତକୋଶିଆ ଅଞ୍ଚଳବାସୀଙ୍କୁ ଘାରିଛି ବାଘ ଭୟ। ବାନ୍ଧବଗଡ଼ର ‘ସୁନ୍ଦରୀ’ ଆସିବା ପରଠୁ ସେମାନଙ୍କ ଆଖିକୁ ନିଦ ଉଡ଼ି ଯାଇଛି। ସଞ୍ଜ ନଇଁବା ଆଗରୁ ଗାଁରେ ପଡିଯାଉଛି ତାଟି କବାଟ। ପିଲାମାନେ ଭୟରେ ସ୍କୁଲ ଯାଉନଥିବା ବେଳେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଜୀବନଜୀବିକା ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ଏହି ଜଙ୍ଗଲରେ ବାଘ ଥିବା ସତ୍ତ୍ୱେ ଲୋକେ ବେଧଡ଼କ ରହୁଥିଲେ ଏବଂ ନିୟମିତ ଜଙ୍ଗଲକୁ ଯାଉଥିଲେ। କୌଣସି ଅଘଟଣ […]

sundari

sundari

Tapaswini Nayak
  • Published: Wednesday, 19 September 2018
  • Updated: 19 September 2018, 05:15 PM IST

Sports

Latest News

ଅନୁଗୋଳ (ବିରଜା ଦାସ): ସାତକୋଶିଆ ଅଞ୍ଚଳବାସୀଙ୍କୁ ଘାରିଛି ବାଘ ଭୟ। ବାନ୍ଧବଗଡ଼ର ‘ସୁନ୍ଦରୀ’ ଆସିବା ପରଠୁ ସେମାନଙ୍କ ଆଖିକୁ ନିଦ ଉଡ଼ି ଯାଇଛି। ସଞ୍ଜ ନଇଁବା ଆଗରୁ ଗାଁରେ ପଡିଯାଉଛି ତାଟି କବାଟ। ପିଲାମାନେ ଭୟରେ ସ୍କୁଲ ଯାଉନଥିବା ବେଳେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଜୀବନଜୀବିକା ଏକ ପ୍ରକାର ଠପ୍‌ ହୋଇଯାଇଛି।

ପୂର୍ବରୁ ଏହି ଜଙ୍ଗଲରେ ବାଘ ଥିବା ସତ୍ତ୍ୱେ ଲୋକେ ବେଧଡ଼କ ରହୁଥିଲେ ଏବଂ ନିୟମିତ ଜଙ୍ଗଲକୁ ଯାଉଥିଲେ। କୌଣସି ଅଘଟଣ ଘଟିନଥିଲା। ତେବେ ସାତକୋଶିଆକୁ ‘ସୁନ୍ଦରୀ’ ଆସିବା ଓ ମହିଳାଙ୍କୁ ଆକ୍ରମଣ ଅଭିଯୋଗ ଉଠିବା ପରେ ଲୋକଙ୍କ ମନରେ ଛନକା ପଶି ଯାଇଛି।

ଏବେ ବାଘ ଆକ୍ରମଣରେ ଗୃହପାଳିତ ପଶୁଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ଦେହ ଦୃଢ଼ୀଭୁତ ହେଉଛି। ଏଥିସହ ସେମାନେ ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ କରୁଛନ୍ତି।

‘ସୁନ୍ଦରୀ’ ଉପରେ ନଜର ରଖିଛି ଟିମ୍‌

ଏପଟେ ‘ସୁନ୍ଦରୀ’ର ଉପରେ ନଜର ରଖିବାକୁ ସାତକୋଶିଆରେ କ୍ୟାମ୍ପ୍ ଲଗାଇଛି ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ୪ ଜଣିଆ ଟିମ୍। ଏମାନେ ପ୍ରତି ମୁହୂର୍ତ୍ତରେ ବାଘୁଣୀ ‘ସୁନ୍ଦରୀ’ର ଗତିବିଧି ଉପରେ ନଜର ରଖିବା ସହ ତା’ର ଆଚରଣକୁ ଅନୁଧ୍ୟାନ କରୁଛନ୍ତି। ଆଗକୁ ଯଦି ‘ସୁନ୍ଦରୀ’ର ବ୍ୟବହାର ଉଗ୍ର ହୁଏ, ତେବେ ତାକୁ ଘଞ୍ଚ ଜଙ୍ଗଲ ଭିତରକୁ ପଠାଇବାକୁ ଯୋଜନା କରାଯାଉଥିବା ବ୍ୟାଘ୍ର ପ୍ରକଳ୍ପର ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା କହିଛନ୍ତି।

ସେପଟେ ସରକାର ଯଦି ବ୍ୟାଘ୍ର ପ୍ରକଳ୍ପ କରିବାକୁ ଚାହୁଁଛନ୍ତି, ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷାପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର ବୋଲି ଦାବି ଉଠିଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଅତିରିକ୍ତ ପିସିସିଏଫ୍।

ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ କହିଛନ୍ତି-“ସୁନ୍ଦରୀ ଯୋଗୁ ୮ଟି ପଞ୍ଚାୟତର ପ୍ରାୟ ୩୫ ହଜାର ଲୋକେ ଏବେ ଭୟଭୀତ ହୋଇପଡ଼ିଛନ୍ତି। ତେଣୁ ତୁରନ୍ତ ବାଘୁଣୀକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story