କଟକ ବଡ଼ ଡାକ୍ତରଖାନାରେ ଟିକ୍‌ଟକ୍‌ ମସ୍ତି

କଟକ (ପ୍ରଭାତ ବିଷୋୟୀ): ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁଟ୍ ହୋଇଥିବା ଏକ ଟିକ୍‌ଟକ୍ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଆଜି କଟକ ବଡ଼ ଡାକ୍ତରଖାନାରୁ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗର ନିରାଶ୍ରୟ ରୋଗୀ ୱାର୍ଡ ଓ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ କିଛି ସହାୟିକା ଅଛନ୍ତି। ସେମାନେ ଡାକ୍ତରଖାନା ଭିତରେ ଓଡିଆ ଓ ହିନ୍ଦୀ ଗୀତରେ ଠୁମ୍‌କା ଲଗାଉଥିବା ଦେଖିବାକୁ ମିଳିଛି। ରୋଗୀଙ୍କ ବେଡ୍ ନିକଟରେ […]

viral

viral

Jitendra Garnayak
  • Published: Friday, 28 June 2019
  • Updated: 28 June 2019, 05:56 PM IST

Sports

Latest News

କଟକ (ପ୍ରଭାତ ବିଷୋୟୀ): ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁଟ୍ ହୋଇଥିବା ଏକ ଟିକ୍‌ଟକ୍ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ଆଜି କଟକ ବଡ଼ ଡାକ୍ତରଖାନାରୁ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଡାକ୍ତରଖାନାର ଅସ୍ଥିଶଲ୍ୟ ବିଭାଗର ନିରାଶ୍ରୟ ରୋଗୀ ୱାର୍ଡ ଓ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ କିଛି ସହାୟିକା ଅଛନ୍ତି। ସେମାନେ ଡାକ୍ତରଖାନା ଭିତରେ ଓଡିଆ ଓ ହିନ୍ଦୀ ଗୀତରେ ଠୁମ୍‌କା ଲଗାଉଥିବା ଦେଖିବାକୁ ମିଳିଛି। ରୋଗୀଙ୍କ ବେଡ୍ ନିକଟରେ ସେମାନେ କେତେବେଳେ ବେଫିକର ନାଚୁଛନ୍ତି ତ କେତେବେଳେ ଗୀତ ଗାଉଥିବା ଦେଖିବାକୁ ମିଳିଛି।

ଏହି ଭିଡିଓରେ ଥିବା ଜଣେ ସହାୟିକାଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି,“ମୁଁ ଟିକ୍‌ଟକ୍‌ ବିଷୟରେ କିଛି ଜାଣି ନାହିଁ। ଭିଡିଓ କରିବା ପାଇଁ ମୋତେ ଜଣେ ଝିଅ (ତାଙ୍କ ସହକର୍ମୀ) କହିଥିଲା। ମୁଁ କରିବାକୁ ମନା କରିଦେଇଥିଲି। ସେ ମୋତେ ଟାଣି କି ନେଇଥିଲା। ହେଲେ ମୁଁ ପଳାଇ ଆସିବା ଭିତରେ ସେ ମୋ ହାତ ଧରି ନାଚି ଦେଇଛି। ଏ ଭିଡିଓ ଛଅ-ସାତ ମାସ ତଳର। ଅର୍ଥୋପେଡିକ୍‌ ବିଭାଗରେ ଏହି ଭିଡିଓ ଶୁଟ୍ ହୋଇଛି। ଏହି ଭିଡିଓ କରିବା ବେଳେ କେହି ରୋଗୀ ନଥିଲେ।”

ସେ ଆହୁରି କହିଛନ୍ତି,“ଏ ଭିଡିଓ କରିଥିବା ଝିଅ ଆଉ ଏଠାରେ ଡ୍ୟୁଟି କରୁ ନାହିଁ। ମୁଁ ଜାଣି ନ ପାରି ଏହି ଭୁଲ୍ କରିଛି। ଏହି ଭୁଲ୍‌କୁ ମୁଁ ସ୍ୱୀକାର କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos