ନର୍ସଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌, ଡାକ୍ତରଖାନାରେ ହୋଇଛି ଶୁଟ୍‌

ମାଲକାନଗିରି (ଜିତେନ୍ଦ୍ର ବେଉରା): ଟିକ୍‌ଟକ୍ ପ୍ରେମରେ ପଡ଼ି ନର୍ସ ଓ ଡାକ୍ତରଖାନାର ଅନ୍ୟ କିଛି କର୍ମଚାରୀ ସେମାନଙ୍କ ହିତାହିତ ଜ୍ଞାନ ଭୁଲି ଗଲେ । ଆଉ ଡାକ୍ତରଖାନାରେ ଡ୍ୟୁଟି ସମୟରେ ମସ୍ତି କରି ଭିଡିଓ ଶୁଟ୍ କଲେ। ଏମିତି ଗୁରୁତ୍ୱପୂର୍ଣ୍ଣ ଏସ୍‌ଏନ୍‌ସିୟୁ (ଯେଉଁଠି ଅସୁସ୍ଥ ନବଜାତ ଶିଶୁଙ୍କୁ ରଖାଯାଏ) ଭିତରେ ବି ଖୁଲମଖୁଲା ମସ୍ତି କରି ଭିଡିଓ ଶୁଟ୍‌ କଲେ। ଏବେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]

tiktak

tiktak

Jitendra Garnayak
  • Published: Wednesday, 26 June 2019
  • Updated: 26 June 2019, 02:04 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଟିକ୍‌ଟକ୍ ପ୍ରେମରେ ପଡ଼ି ନର୍ସ ଓ ଡାକ୍ତରଖାନାର ଅନ୍ୟ କିଛି କର୍ମଚାରୀ ସେମାନଙ୍କ ହିତାହିତ ଜ୍ଞାନ ଭୁଲି ଗଲେ । ଆଉ ଡାକ୍ତରଖାନାରେ ଡ୍ୟୁଟି ସମୟରେ ମସ୍ତି କରି ଭିଡିଓ ଶୁଟ୍ କଲେ। ଏମିତି ଗୁରୁତ୍ୱପୂର୍ଣ୍ଣ ଏସ୍‌ଏନ୍‌ସିୟୁ (ଯେଉଁଠି ଅସୁସ୍ଥ ନବଜାତ ଶିଶୁଙ୍କୁ ରଖାଯାଏ) ଭିତରେ ବି ଖୁଲମଖୁଲା ମସ୍ତି କରି ଭିଡିଓ ଶୁଟ୍‌ କଲେ। ଏବେ ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୋଲି ଜଣାପଡ଼ିଛି।

ଏହି ଭିଡିଓରେ ହସ୍ପିଟାଲର କିଛି ନର୍ସଙ୍କ ସହିତ ଆଉ କିଛି ମହିଳା କର୍ମଚାରୀ ଅଛନ୍ତି। ଖାଲି ସେତିକି ନୁହେଁ, ଏସଏନ୍‌ସିୟୁରେ ଥିବା ଗୁରୁତର ଶିଶୁଙ୍କ ସହ ବି ସେମାନେ ଭିଡିଓ ଶୁଟ୍‌ କରିବାକୁ ପଛାଇ ନାହାନ୍ତି। ଭିଡିଓରେ ଜଣେ ନର୍ସ ଏକ ଶିଶୁକୁ ଉଠାଇ ଗେଲ କରୁଥିବା ଦେଖିବାକୁ ମିଳିଛି। କିଛି ନର୍ସ ନୃତ୍ୟ କରୁଥିବା ଦୃଶ୍ୟ ବି ଦେଖିବାକୁ ମିଳିଛି। ଡ୍ୟୁଟି ସମୟରେ ନର୍ସ ଓ ଅନ୍ୟ ଡାକ୍ତରଖାନା କର୍ମଚାରୀଙ୍କ ଏଭଳି ଆଚରଣକୁ ସମସ୍ତେ ସମାଲୋଚନା କରୁଛନ୍ତି।

ଏ ଘଟଣା ନେଇ ମାଲକାନଗିରି ସିଡିଏମ୍‌ଓ ୪ ଜଣ ନର୍ସଙ୍କୁ ନୋଟିସ୍ ପଠାଇଛନ୍ତି।
https://youtu.be/PBZuIE13EDk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos