ଏବର୍ଷ ନିଶାର୍ଦ୍ଧରେ ସ୍ନାନଯାତ୍ରା ପହଣ୍ଡି

ପୁରୀ (ଓଡ଼ିଶା ରିପୋର୍ଟର): ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି । ଛତିଶା  ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି । ଜୁନ୍‌ ୫ରେ ସ୍ନାନଯାତ୍ରା ହେବାକୁ ଥିବା ବେଳେ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି, ସକାଳ ୭ଟା ୩୦ରୁ ୯ଟା ୩୦ ଯାଏ ସ୍ନାନ ଯାତ୍ରା, ଛେରା ପହଁରା , ୧୧ଟାରୁ ୧୨ଟା ହାତୀ ବେଶ, ବାହୁଡ଼ା […]

bvc

Tapas Behera
  • Published: Wednesday, 27 May 2020
  • , Updated: 27 May 2020, 08:18 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି । ଛତିଶା  ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି । ଜୁନ୍‌ ୫ରେ ସ୍ନାନଯାତ୍ରା ହେବାକୁ ଥିବା ବେଳେ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି, ସକାଳ ୭ଟା ୩୦ରୁ ୯ଟା ୩୦ ଯାଏ ସ୍ନାନ ଯାତ୍ରା, ଛେରା ପହଁରା , ୧୧ଟାରୁ ୧୨ଟା ହାତୀ ବେଶ, ବାହୁଡ଼ା ପହଣ୍ଡି ସନ୍ଧ୍ୟା ୫ଟାରୁ ୮ଟା ମଧ୍ୟରେ ହେବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି।  ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ  ୨ ଦିନ ଭିତରେ ତାଲିକା ଦେବାକୁ ସେମାନଙ୍କୁ କୁହାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ତାଲିକା ପାଇବା ପରେ ୩୦ରେ ପରିଚାଳନା କମିଟି ମିଟିଂ ହେବ ବୈଠକରେ ଆଲୋଚନା ହୋଇ ଚୂଡ଼ାନ୍ତ ହେବ । ଯାହାର ଯାହା ନୀତି ଅଛି, ସେହି ହିସାବରେ ଅନୁମତି ମିଳିବ ବୋଲି ସେ କହିଛନ୍ତି।

ସେପଟେ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ୍ । ପ୍ରଥମ ଦିନରେ ୭୫ ଜଣ ଦଇତାପତି ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଛି।  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଥିପାଇଁ ବ୍ୟବସ୍ଥା ହୋଇଥିଲା । ଦୁଇ ଦିନ ଭିତରେ ସମୁଦାୟ ୧୫୦ଜଣ ଦଇତାପତି ସେବାୟତଙ୍କ ସ୍ୱାବ ସଂଗ୍ରହ କରାଯିବ । ଆସନ୍ତା ୨୯ ଓ ୩୦ରେ ଗରାବଡ଼ୁ ସେବାୟତ ଏବଂ ପରେ ଅନ୍ୟ ୮ଟି ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ । ସବୁ ନିଯୋଗର ପ୍ରାୟ ୫୦୦ ସେବାୟତଙ୍କ ଟେଷ୍ଟ ପରେ ସେମାନଙ୍କୁ ସଂଗରୋଧରେ ରଖାଯାଇ ସ୍ନାନଯାତ୍ରା କରାଯିବ। ସେପଟେ ସ୍ନାନଯାତ୍ରାରେ ବିଧି ମୁତାବକ ତିନି ରଥର ଚାରିଟି ଲେଖାଏଁ ନାହାକା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Related story