ତିର୍ତ୍ତୋଲ ପାଇଁ ନିର୍ବାଚନ ପ୍ରଚାର କମିଟି ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଗାମୀ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ନହେଉ କଂଗ୍ରେସ ପାଦେ ଆଗକୁ ଯାଇ ଆଜି ବ୍ଲକସ୍ତରୀୟ ନିର୍ବାଚନ ପ୍ରଚାର କମିଟି ଗଠନ କରିଛି। ଏହି କମିଟି ତିର୍ତ୍ତୋଲ ବ୍ଲକରେ ନିର୍ବାଚନ ପ୍ରଚାର କାର୍ଯ୍ୟର ତଦାରଖ କରିବ।
ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ଚିରଞ୍ଜୀବୀ ବିଶ୍ୱାଳଙ୍କ ସୁପାରିଶ ଆଧାରରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ପରିଚାଳନା ନିମନ୍ତେ ତିର୍ତ୍ତୋଲ ବ୍ଲକ୍ ନିର୍ବାଚନ ପ୍ରଚାର କମିଟିକୁ

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ତିର୍ତ୍ତୋଲ ବ୍ଲକ୍ ପ୍ରଚାର କମିଟିର ଆବାହକ ଭାବେ ଅକ୍ଷୟ କୁମାର ଦାସ ରହିଥିବାବେଳେ ସଦସ୍ୟ ଭାବେ ଦେବବ୍ରତ ବେହେରା, ସୟଦ ଖଲି କୁଦ୍ ଜମା, ସୟଦ କଲାମ ଅଲ୍ଲୀ, ବସନ୍ତ କୁମାର ସେଠୀ, ଧନଞ୍ଜୟ ସୁତାର, ଅଜୟ କୁମାର ରାଉଳ, ଅଶୋକ କୁମାର ମହାନ୍ତି, ନିହାର ରଞ୍ଜନ ନାୟକ ଓ ନିରଞ୍ଜନ ମହାନ୍ତି ପ୍ରମୁଖଙ୍କୁ ସାମିଲ କରାଯାଇଥିବା ପିସିସି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଉଲ୍ଲେଖ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।