ଯିଏ ଅଳିଆ ଫିଙ୍ଗିଥିଲେ ତାଙ୍କରି ଘରକୁ ଫିଙ୍ଗିଲା BMC

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଅଳିଆ ନିଜେ ରଖ। ଅଳିଆ ବାହାରେ ଫୋପାଡ଼ିବା ପରେ ଏବେ ଏଭଳି କିଛି ଢଙ୍ଗରେ ଆକ୍ସନ୍ ମୁଡରେ କାମ କରିଛି ଭୁବନେଶ୍ୱର ମହାନଗର ନିଗମ। ପୁରୁଣା ଭୁବନେଶ୍ୱର ବୋଇତାଳି ମନ୍ଦିର ସମ୍ମୁଖ ରଥ ରୋଡ୍ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି କିଛି ନିଆରା ଓ ଅଭିନବ କାର୍ଯ୍ୟାନୁଷ୍ଠାନ। ଏକ ନିର୍ମାଣଧୀନ କୋଠା ବାହାରେ ପ୍ରବଳ ଅଳିଆ ପଡ଼ି ରହିଥିଲା। ରାସ୍ତା ଉପରେ ଜମା ହୋଇ ରହିଥିବା ଏହି ଅଳିଆକୁ ସେହି ଘର ଭିତରକୁ […]

n-909

Tapas Behera
  • Published: Sunday, 23 February 2020
  • , Updated: 23 February 2020, 06:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜ ଅଳିଆ ନିଜେ ରଖ। ଅଳିଆ ବାହାରେ ଫୋପାଡ଼ିବା ପରେ ଏବେ ଏଭଳି କିଛି ଢଙ୍ଗରେ ଆକ୍ସନ୍ ମୁଡରେ କାମ କରିଛି ଭୁବନେଶ୍ୱର ମହାନଗର ନିଗମ। ପୁରୁଣା ଭୁବନେଶ୍ୱର ବୋଇତାଳି ମନ୍ଦିର ସମ୍ମୁଖ ରଥ ରୋଡ୍ ଅଞ୍ଚଳରେ ଆଜି ଦେଖିବାକୁ ମିଳିଛି କିଛି ନିଆରା ଓ ଅଭିନବ କାର୍ଯ୍ୟାନୁଷ୍ଠାନ। ଏକ ନିର୍ମାଣଧୀନ କୋଠା ବାହାରେ ପ୍ରବଳ ଅଳିଆ ପଡ଼ି ରହିଥିଲା। ରାସ୍ତା ଉପରେ ଜମା ହୋଇ ରହିଥିବା ଏହି ଅଳିଆକୁ ସେହି ଘର ଭିତରକୁ ପୁଣି ଥରେ ଫୋପାଡ଼ିଛି ବିଏମ୍‌ସି। ମିଳିଥିବା

ସୂଚନା ମୁତାବକ, ମାଲିକ ନିଜ ନିର୍ମାଣାଧୀନ ଘରର ଅଳିଆ ଆଣି ରାସ୍ତାରେ ଗଦାଇଥିଲେ । ଯାହାକୁ ଦେଖିବା ପରେ ବିଏମସି କମିଶନର୍ ପ୍ରେମଚାନ୍ଦ ଚୌଧୁରୀ ଏନେଇ ଖୋଦ୍ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ JCB ଲଗାଇ ଗଦା ହୋଇଥିବା ଅଳିଆକୁ ପୁଣି ଘରେ ପକାଯାଇଛି। ଗୃହ ମାଲିକଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଯାଇ ତାଙ୍କ ଘର ଭିତର ହିଁ ରାସ୍ତା ବାହାର ଅଳିଆକୁ ପକାଯାଇଛି।

Related story