ଟିଟିଲାଗଡ଼ରେ ନିଆଁ ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାତିର ସହର ଟିଟିଲାଗଡ଼। ଆଜି ଦିନରେ ସେଠାରେ ନିଆଁ ବର୍ଷା ହୋଇଛି। ଟିଟିଲାଗଡ଼ର ତାପମାତ୍ରା ଆଜି ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହାକୁ ମିଶାଇ ୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଟିଟଲାଗଡ ରେ ତାତି ୪୩.୪°C ରେକର୍ଡ pic.twitter.com/hzrtyU6N0P — Meteorological Centre, Bhubaneswar (@mcbbsr) April 1, 2022 ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ […]

Hottest

Manoranjan Sial
  • Published: Friday, 01 April 2022
  • , Updated: 01 April 2022, 10:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାତିର ସହର ଟିଟିଲାଗଡ଼। ଆଜି ଦିନରେ ସେଠାରେ ନିଆଁ ବର୍ଷା ହୋଇଛି। ଟିଟିଲାଗଡ଼ର ତାପମାତ୍ରା ଆଜି ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଏହାକୁ ମିଶାଇ ୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

https://twitter.com/mcbbsr/status/1509862372932227072?s=20&t=h_9O73KweUwXTO-ZN-HECQ

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାଲେଶ୍ୱରରେ ୩୬.୦ ଡିଗ୍ରୀ, ଚାନ୍ଦବାଲିରେ ୩୬.୦ ଡିଗ୍ରୀ, କଟକରେ ୩୩.୬ ଡିଗ୍ରୀ, ପାରାଦୀପରେ ୩୨.୧ ଡିଗ୍ରୀ, ଭୁବନେଶ୍ୱରରେ ୨୪.୫ ଡିଗ୍ରୀ, ଗୋପାଳପୁରରେ ୨୯.୭ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ଅନୁଗୋଳରେ ୩୮.୧ ଡିଗ୍ରୀ, ବାରିପଦାରେ ୩୮.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୫ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୭.୩ ଡିଗ୍ରୀ, ସମ୍ୱଲପୁରରେ ୩୯.୯ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୦ ଡିଗ୍ରୀ, ହୀରାକୁଦରେ ୩୮.୬ ଡିଗ୍ରୀ, ତାଳଚେରରେ ୪୦.୨ ଡିଗ୍ରୀ, ଭବାନୀପାଟଣାରେ ୪୦.୫ ଡିଗ୍ରୀ, ବଲାଙ୍ଗିରରେ ୪୨.୪ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ଫୁଲବାଣୀରେ ୩୯.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ସୋନପୁରରେ ୪୦.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୫ ଡିଗ୍ରୀ, ନୟାଗଡ଼ରେ ୩୬.୫ ଡିଗ୍ରୀ, ବୌଦ୍ଧରେ ୪୧.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୫ ଡିଗ୍ରୀ, ଭଦ୍ରକରେ ୩୭.୫ ଡିଗ୍ରୀ ଓ ଯାଜପୁରରେ ୩୭.୦ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି।

https://twitter.com/mcbbsr/status/1509884062235869195?s=20&t=h_9O73KweUwXTO-ZN-HECQ

Related story