ତାହିର ଅଲ୍ଲୀ ଗୁଳିକାଣ୍ଡ ମାମଲା: ଦୁଇ ଦିନିଆ ରିମାଣ୍ଡରେ ଗଲା ଟିଟୋ

କଟକ(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋକୁ କଟକ କମିଶନରେଟ୍ ପୁଲିସ୍‌ ରିମାଣ୍ଡରେ ନେଇଛି। ଆତଙ୍କବାଦୀ ଅବଦୁର ରହମାନ୍‌ର ଭାଇ ତାହିର ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଜଗତପୁର ପୁଲିସ୍‌ ଟିଟୋକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି। ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଟେଣ୍ଡର ବିବାଦକୁ ନେଇ ତାହିର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ଏଥିରେ ମାଷ୍ଟରମାଇଣ୍ଡ୍‌ ଥିଲା ଗ୍ୟାଙ୍ଗଷ୍ଟର ଟିଟୋ। ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ଟିଟୋର ଗୋ-ଚାଲାଣ କାରବାର ଲିଙ୍କ୍‌ରେ […]

Tito

Tito

Jitendra Garnayak
  • Published: Sunday, 26 August 2018
  • Updated: 26 August 2018, 05:06 AM IST

କଟକ(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ଟିଟୋକୁ କଟକ କମିଶନରେଟ୍ ପୁଲିସ୍‌ ରିମାଣ୍ଡରେ ନେଇଛି।

ଆତଙ୍କବାଦୀ ଅବଦୁର ରହମାନ୍‌ର ଭାଇ ତାହିର ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଜଗତପୁର ପୁଲିସ୍‌ ଟିଟୋକୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି।

ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଟେଣ୍ଡର ବିବାଦକୁ ନେଇ ତାହିର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଘଟଣାରେ ପୂର୍ବରୁ ୬ ଜଣ ଗିରଫ ହୋଇଥିବା ବେଳେ ଏଥିରେ ମାଷ୍ଟରମାଇଣ୍ଡ୍‌ ଥିଲା ଗ୍ୟାଙ୍ଗଷ୍ଟର ଟିଟୋ।

ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ଟିଟୋର ଗୋ-ଚାଲାଣ କାରବାର ଲିଙ୍କ୍‌ରେ ଆଉ ତିନି ଜଣଙ୍କୁ ଏସ୍‌ଟିଏଫ୍‌ ଧରିଛି। ପୂର୍ବରୁ ଏହି ଲିଙ୍କ୍‌ରେ ବଟୁ ପାଣି ଧରାପଡ଼ିଥିଲା ବେଳେ ତାର ଭାଇ ନବକିଶୋର ପାଣିଙ୍କ ସହ ସଲମାନ ଓ ଆଲାଉଦ୍ଦିନ ଖାନ୍‌ ଧରାପଡ଼ିଛନ୍ତି।  କ୍ରାଇମ୍‌ବ୍ରାଞ୍ଚର  ଏସଟିଏଫ୍ ଅଧିକ ତଦନ୍ତ ପାଇଁ ନୟାଗଡ଼ ପୁଲିସ୍‌କୁ ଏହି ତିନି ଜଣଙ୍କୁ ହସ୍ତାନ୍ତର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos